ନିରବ ମୋଦିଙ୍କୁ ଗିରଫ କରିବାକୁ ଚାହୁଁନାହାନ୍ତି ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ନିରବ ମୋଦିଙ୍କୁ ଗିରଫ କରିବାକୁ ଚାହୁଁନାହାନ୍ତି ସରକାର!

ନୂଆଦିଲ୍ଲୀ: ପଳାତକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଗିରଫ କରିବାକୁ ସରକାର ଚାହୁଁ ନଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟରେ କୁହାଯାଇଛି।

ନିରବ ମୋଦି ଦୀର୍ଘ ଦିନ ହେଲା ଲଣ୍ଡନରେ ଥିବା ବ୍ରିଟେନ୍‌ ସରକାର ଭାରତ ସରକାରଙ୍କୁ ଜଣାଇଥିଲେ ଓ ଏଥିସହ ତାଙ୍କୁ ଗିରଫ କରିବା ପାଇଁ ଭାରତକୁ କେତେକ ଆବଶ୍ୟକ କାଗଜପତ୍ର ମାଗିଥିଲେ। ହେଲେ ଭାରତ ସରକାର ଏହାର ଜବାବ ଦେଇ ନଥିବା ଏହି ରିପୋର୍ଟରେ କୁହାଯାଇଛି।

ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇ ଯାଇଥିବା ନିରବ ମୋଦିଙ୍କୁ କିଛି ଦିନ ତଳେ ଲଣ୍ଡନରେ ବୁଲୁଥିବା ଅବସ୍ଥାରେ ଠାବ କରାଯାଇଥିଲା।

ଏହାପରେ ଭାରତ ସରକାର ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ଆଣିବାକୁ ବ୍ୟବସ୍ଥା କରାଯାଉଥିବା କହିଥିଲେ। କିନ୍ତୁ ଏବେ ଏନ୍‌ଡିଟିଭି ରିପୋର୍ଟରେ ପ୍ରକାଶିତ କେତେକ ତଥ୍ୟ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ନିରବ ମୋଦିଙ୍କୁ ସରକାର ଗିରଫ କରିବାକୁ ଚାହୁଁ ନଥିବା ଏହି ରିପୋର୍ଟରେ କୁହାଯାଇଛି।

ଏହି ରିପୋର୍ଟ ଅନୁସାରେ, ବ୍ରିଟେନ୍‌ ସରକାରଙ୍କ ଏକ ଲିଗାଲ ଟିମ୍ ଭାରତ ଆସି ନିରବ ମୋଦିଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ, ତା’ର ତର୍ଜମା କରିବାକୁ ଚାହୁଁଥିଲା।

ହେଲେ ଭାରତ ସରକାର ଏହାର ଜବାବ ଦେଇ ନଥିଲେ। ଭାରତ ସରକାର ପ୍ରଥମଥର ପାଇଁ ଏମ୍‌ଏଲ୍‌ଏଟି ଅନୁସାରେ ବ୍ରିଟେନ୍‌ ସରକାରଙ୍କୁ ନିରବ ମୋଦିଙ୍କ ସମ୍ପର୍କରେ ୨୦୧୮ ଫେବୃଆରୀ ମାସରେ ଜଣାଇଥିଲେ। ଏହି ସମୟରେ ଋଣ ଖିଲାପ ଘଟଣାରେ ନିରବ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା।

ବ୍ରିଟେନ୍‌ ସରକାର ମାର୍ଚ୍ଚ ୨୦୧୮ରେ ହିଁ ନିରବ ମୋଦି ଲଣ୍ଡନରେ ଥିବା ଭାରତ ସରକାରଙ୍କୁ ଜଣାଇଥିଲେ। ସେତେବେଳେ ନିରବ ପ୍ରକୃତରେ ୟୁରୋପ ନା ହଂକଂରେ ଅଛନ୍ତି ସେନେଇ ଭାରତ ସରକାର ଦ୍ୱନ୍ଦ୍ୱରେ ପଡ଼ିଥିଲେ। କିନ୍ତୁ ବ୍ରିଟେନ୍‌ ସରକାର ପୁଣିଥରେ ନିରବ ଲଣ୍ଡନରେ ଥିବା ଜଣାଇଥିଲେ। ଏଥିସହ ବ୍ରିଟେନ୍‌ ମଧ୍ୟ ଭାରତକୁ ଏ ମାମଲାରେ ଆଇନଗତ ସହଯୋଗ ଦେବାକୁ ଚାହିଁଥିଲା।

ଏଥିପାଇଁ ଭାରତ ସରକାରଙ୍କୁ ବ୍ରିଟେନ୍‌ର ଟିମ୍‌ ମାମଲା ସଂକ୍ରାନ୍ତ ଅଧିକ କାଗଜପତ୍ର ମାଗିଥିଲା। ଏନେଇ ଭାରତ ସରକାରଙ୍କ ପାଖକୁ ଚିଠି ମଧ୍ୟ ଲେଖାଯାଇଥିଲା। ହେଲେ ଏହାର କୌଣସି ଜବାବ ମିଳି ନଥିଲା ବୋଲି ଏନଡିଟିଭି ରିପୋର୍ଟରେ କୁହାଯାଇଛି। ଏହାପରେ ଉକ୍ତ ଟିମ୍‌ ତଥ୍ୟ ସଂଗ୍ରହ କରିବାକୁ ଭାରତ ଆସିବାକୁ ଚାହିଁଥିଲା। ତଥାପି ଭାରତ ସରକାର ଏହାର କୌଣସି ଜବାବ ଦେଇ ନଥିଲେ।

ଏନେଇ ସିବିଆଇ ଓ ବୈଦେଶିକ ମନ୍ତ୍ରଣାଳୟକୁ ଇ-ମେଲ ଯୋଗେ ଏନ୍‌ଡିଟିଭି ଯୋଗାଯୋଗ କରିଥିଲା। ହେଲେ ସେମାନେ ଏହାର ଜବାବ ଦେଇନାହାନ୍ତି।



from Odisha Reporter https://ift.tt/2F2PMtt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages