କହେ ହିରୋସୀମା ପକାଅନା ବୋମା… ଭଲପାଅ ଭଲପାଅ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

କହେ ହିରୋସୀମା ପକାଅନା ବୋମା… ଭଲପାଅ ଭଲପାଅ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସୀମାରେ ଅଶାନ୍ତି ଲାଗି ରହିଛି। ଶୁଭିଛି ଗୁଳି ଗୋଳାର ପ୍ରଚଣ୍ଡ ଶବ୍ଦ। ଫୁଟୁଛି ବୋମା। ଛୁଟୁଛି କ୍ଷେପଣାସ୍ତ୍ର। ବୀର ଯବାନ ସହିଦ ହେଉଛି। ଆତଙ୍କବାଦୀ ନିହତ ହେଉଛି। କିନ୍ତୁ ସମସ୍ତଙ୍କ ଆତ୍ମା ଚାହୁଁଛି ଶାନ୍ତି ପ୍ରତିଷ୍ଠା।

ଯୁଗେ ଯୁଗେ କୁହାଯାଇଛି, ତୀର ତଲଓ୍ୱାର ଯାହା କରି ନ ପାରେ, ତାହା କରିପାରେ ଶାନ୍ତିର କବିତା। କୁହାଯାଇଛି କବିତାର ଶକ୍ତି ତା’ଠାରୁ ବଡ଼। ଏହି ପରିପ୍ରେକ୍ଷୀରେ ସ୍ୱର୍ଗତଃ କବି ଡଃ ପ୍ରସନ୍ନ ମିଶ୍ରଙ୍କ କବିତା ‘ପକାଅନା ବୋମା’ ବେଶ୍‌ ସମୟ ଉପଯୋଗୀ ଏବଂ ଯୁକ୍ତିଯୁକ୍ତ ମନେହୁଏ।

ଏହି

ପଢ଼ନ୍ତୁ ଏହି ବହୁଚର୍ଚ୍ଚିତ କବିତାର ପ୍ରଥମ ପଦଟି।

କହେ ହୀରୋସୀମା ପକାଅନା ବୋମା
ଭଲପାଅ ଭଲପାଅ…
ବିଶ୍ୱର ଯେତେ ଅଛ ନରନାରୀ
ରଖି ବନ୍ଧୁକ ଥୋଇ ତରବାରୀ
ଯେତେ ଅଛ ଯହିଁ ମାଟିର ନୀରିହ ପୁଅ
ଏକ୍ ହୁଅ… ଏକ୍‌ ହୁଅ… ଏକ୍ ହୋଇ କୁହ… ଭଲ ପାଅ… ଭଲ ପାଅ…

୧୯୮୨ ମସିହାରେ ସ୍ୱର୍ଗତଃ ମିଶ୍ର ଲେଖିଥିବା ଏହି କବିତାଟିକୁ ତାଙ୍କ ଝିଅ ବରିଷ୍ଠ ସାମ୍ବାଦିକ ପ୍ରାଚୀତାରା ମିଶ୍ର, ଛନ୍ଦିଛନ୍ତି ଯୁଗଳବନ୍ଦୀରେ। କବିତାଟିକୁ ଆକର୍ଷଣୀୟ ଢଙ୍ଗରେ ପ୍ରାଚୀତାରା ଆବୃତ୍ତି କରୁଥିବା ବେଳେ, ଖ୍ୟାତନାମା ନୃତ୍ୟଶିଳ୍ପୀ ଅନିନ୍ଦିତା ନିୟୋଗୀ ଆନମ୍ କବିତାର ଭାବକୁ ନେଇ ପରିବେଷଣ କରିଛନ୍ତି ଅପୂର୍ବ ନୃତ୍ୟର ଦୃଶ୍ୟ।

‘ପ୍ରାଚୀତାରା ଫିଲ୍ମସ୍‌’ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସର୍ଟ-ଡକ୍ୟୁମେଣ୍ଟାରୀଟି ଇତିମଧ୍ୟରେ ୟୁଟ୍ୟୁବ୍‌ରେ ଲୋକପ୍ରିୟତା ହାସଲ କରିପାରିଛି। ଏହାକୁ ବହୁ ରସଗ୍ରାହୀ ସାହିତ୍ୟପ୍ରେମୀ ଦର୍ଶକ ଦେଖି ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।


ଏ ସମ୍ପର୍କରେ ଶ୍ରୀମତୀ ପ୍ରାଚୀତାରା ମିଶ୍ର କହିଛନ୍ତି, ତାଙ୍କ ବାପାଙ୍କର ଏହି ଯୁଦ୍ଧବିରତ କବିତାଟି ୮୦ ଦଶକରେ ଲେଖା ହୋଇଥିବା ବେଳେ, ତାହାକୁ ସେ ଅନେକଥର ବିଦ୍ୟାଳୟରେ ଆବୃତ୍ତି କରି ବେଶ୍‌ ପ୍ରଶଂସା ଅର୍ଜନ କରିଛନ୍ତି। ଦୀର୍ଘଦିନ ଧରି ଏହାକୁ ଏକ ନୂଆ ଢଙ୍ଗରେ ଦୃଶ୍ୟ-ଶ୍ରାବ୍ୟର ଆକୃତି ଦେବା ପାଇଁ ସେ ଯୋଜନା କରୁଥିଲେ, ଯାହାକି ଆଜି ସଫଳ ହୋଇପାରିଛି।

ଏହି କବିତାଟି ଯୁଦ୍ଧରୁ ବିରତ ରହିବା ତଥା ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବାର୍ତ୍ତା। ଜାପାନ୍‌ର ‘ହିରୋସୀମା’ ଓ ‘ନାଗାସାକି’ ସହରରେ ହୋଇଥିବା ହୃଦୟ ବିଦାରକ ବିଷ୍ଫୋରଣର କରୁଣ ପରିଣତିକୁ ଆଖି ଆଗରେ ରଖି ଏ କବିତାଟି ରଚନା କରାଯାଇଛି। ଏହାର ଅନ୍ତଃସ୍ୱର କହୁଛି.. କୁହେ ହିରୋସୀମା ପକାଅନା ବୋମା, ଭଲପାଅ ଭଲପାଅ।

ଏହି ଭିଡିଓରେ ଶୁଣନ୍ତୁ ପ୍ରାଚୀତାରା ଆବୃତ୍ତି କରିଥିବା ଡ. ପ୍ରସନ୍ନ ମିଶ୍ରଙ୍କର ସେହି ବହୁଚର୍ଚ୍ଚିତ କବିତାଟି।
https://youtu.be/ZtZg26-5NsQ



from Odisha Reporter https://ift.tt/2TGnQ7N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages