ଭାରତକୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନୁମତି ମିଳିଥିଲା: ଆଇସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଭାରତକୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନୁମତି ମିଳିଥିଲା: ଆଇସିସି

ଦୁବାଇ: ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିମାନଙ୍କୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମତି ଦେଇଥିଲା । ଏ ନେଇ ସୋମବାର ଆଇସିସି ସ୍ପଷ୍ଟ କରି ଦେଇଛି ।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଏବଂ ମ୍ୟାଚରେ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ବିସିସିଆଇ ଆମକୁ ଅନୁମତି ମାଗିଥିଲା ଏବଂ ଟିମ୍ ଇଣ୍ଡିଆକୁ ଏହାର ଅନୁମତି ମଧ୍ୟ ମିଳିଥିଲା । ତେଣୁ ଏହାକୁ ନେଇ ଆଉ କୌଣସି ପ୍ରଶ୍ନ ନଉଠିବା ଦରକାର ବୋଲି ଆଇସିସି ଆଜି ସ୍ପଷ୍ଟ କରିଛି ।

ଭାରତର ଏହି ପଦକ୍ଷେପକୁ ନେଇ ପୂର୍ବରୁ ପାକିସ୍ତାନ ଆପତ୍ତି କରିଥିଲା । ଏପରିକି ଆଜି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଏହସାନ୍ ମନି ଏହି ମାମଲା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ବିସିସିଆଇ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ଆଇସିସିଠାରୁ ଅନୁମତି ନେଇଥିଲା ଏବଂ ଏହାର ଉପଯୋଗ ସେମାନେ ଅନ୍ୟ ଉଦ୍ଦେଶ୍ୟ ପାଇଁ କରିଛନ୍ତି, ଯାହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ ।

ତେଣୁ ବିସିସିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଆଇସିସି ନିକଟରେ ଅପିଲ୍ କରିଛୁ । କ୍ରିକେଟର ଉପଯୋଗ ରାଜନୀତିରେ କରାନଯାଉ । ଦ୍ୱିତୀୟଥର ପାଇଁ ବିସିସିଆଇ କ୍ରିକେଟକୁ ରାଜନୀତିକରଣ କରିଛି । ଏହା ପୂର୍ବରୁ ମଧ୍ୟ ସେମାନେ ଆଇସିସିଠାରୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅନୁମତି ମାଗିଥିଲେ ଏବଂ ଏହାର ସଠିକ୍ ଉପଯୋଗ କରିପାରିନଥିଲା । ତେଣୁ ଆମେ ବିସିସିଆଇର ଏଭଳି ହୀନ ରାଜନୀତିକୁ ଆଦୌ ସ୍ୱୀକାର କରୁ ନାହୁଁ ବୋଲି ମନି କହିଛନ୍ତି ।

 



from Odisha Reporter https://ift.tt/2J6x6yb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages