ପୁଣି ସ୍ପଟଲାଇଟରେ ଅମ୍ପାୟାର, ଅଶ୍ୱିନ୍ ପକାଇଲେ ଓଭରରେ ୭ ବଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ପୁଣି ସ୍ପଟଲାଇଟରେ ଅମ୍ପାୟାର, ଅଶ୍ୱିନ୍ ପକାଇଲେ ଓଭରରେ ୭ ବଲ୍

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନୋ’ ବଲ ବିବାଦ ଥମି ନଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଶନିବାର କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଫିଲ୍ଡ ଅମ୍ପାୟାରଙ୍କ ଦ୍ୱାରା ବଡ଼ ଭୁଲ ହୋଇଛି।

ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପକ୍ଷରୁ ଅଧିନାୟକ ଅଶ୍ୱିନ୍ ହିଁ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। କିନ୍ତୁ ଏହି ଓଭରରେ ସେ ୬ ବଲ ବଦଳରେ ୭ ବଲ ପକାଇଥିଲେ, ଯାହା ଅମ୍ପାୟାରଙ୍କ ଦୃଷ୍ଟିଗୋଚର ହୋଇନଥିଲା।

ପ୍ରଥମ ଓଭରର ୬ଟି ବଲରେ ଅଶ୍ୱିନ୍ ମାତ୍ର ୩ ରନ୍ ଦେଇଥିଲେ ଏବଂ ଅତିରିକ୍ତ ତଥା ସପ୍ତମ ବଲରେ ଚୌକା ଖାଇଥିଲେ। ଫଳରେ ଅଶ୍ୱିନ୍ ନିଜର ପ୍ରଥମ ଓଭରରେ ୭ ରନ୍ ବ୍ୟୟ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଅମ୍ପାୟାରଙ୍କ ଦ୍ୱାରା ଏଭଳି ବଡ଼ ଭୁଲ କେମିତି ହେଲା। ଅମ୍ପାୟାରଙ୍କ ଦ୍ୱାରା ଏଭଳି ଭୁଲକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି ଏବଂ ଅମ୍ପାୟାରକୁ ପୁଣିଥରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଏହା ପୂର୍ବରୁ ଗୁରୁବାର ବେଙ୍ଗାଲୁରୁରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚରେ ମଧ୍ୟ ଅମ୍ପାୟାର ଭୁଲ କରିଥିଲେ। ଶେଷ ବଲରେ ଆରସିବିକୁ ବିଜୟ ପାଇଁ ୭ ରନ୍ ଆବଶ୍ୟକ ହେଉଥିଲା। ମାଲିଙ୍ଗାଙ୍କ ବଲରେ ବ୍ୟାଟିଂ କରୁଥିବା ଶିବମ ଦୁବେ ଲଙ୍ଗ ଅନରେ ଶଟ୍ ମାରିଥିଲେ କିନ୍ତୁ ଏଥିରେ ସେ କୌଣସି ରନ୍ ନେଇନଥିଲେ। ଫଳରେ ମୁମ୍ବାଇ ମ୍ୟାଚକୁ ଜିତି ନେଇଥିଲା।

ତେବେ କିଛି ସମୟ ପରେ ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ, ଶେଷ ବଲ ନୋ’ ବଲ ଥିଲା, ଯାହାକୁ ଅମ୍ପାୟାର ଅଣଦେଖା କରି ଦେଇଥିଲେ। ଏଥିରେ ଆରସିବି ଅଧିନାୟକ ବିରାଟ କୋହଲି ଅମ୍ପାୟାରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। କୋହଲି କହିଥିଲେ, ଏହା ଆଇପିଏଲ, କୌଣସି କ୍ଲବ୍ କ୍ରିକେଟ ନୁହେଁ। ଏଭଳି ଭୁଲ କେବେବି ଗ୍ରହଣୀୟ ନୁହେଁ।



from Odisha Reporter https://ift.tt/2FMJsb6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages