
ନୂଆଦିଲ୍ଲୀ: ଶୁକ୍ରବାର ନୂଆଦିଲ୍ଲୀର ପାକିସ୍ତାନ ହାଇକମିଶନ୍ ବାହାରେ ଜଣେ ହୁରିୟାତ୍ କନ୍ଫରେନ୍ସ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ୍। ପାକିସ୍ତାନ ହାଇକମିଶନ୍ରେ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମକୁ ଭାରତ ବୟକଟ୍ କରିବା ପରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମକୁ ଜମ୍ମୁକଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲା ପାକିସ୍ତାନ। ଏଭଳି ନେତାମାନଙ୍କୁ ନିମନ୍ତ୍ରଣ କରି ପାକିସ୍ତାନ ସୃଷ୍ଟି କରିଥିବା ବିବାଦ ବିରୋଧରେ ଭାରତ କୌଣସି ଅଧିକାରୀ କିମ୍ବା ପ୍ରତିନିଧି ପଠାଇବନି ବୋଲି ନିଷ୍ପତ୍ତି ନେଇଥିଲା।
ଅଟକ ଥିବା ଏହି ହୁରିୟାତ୍ ନେତାଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୩, ୧୯୪୦ ମସିହାରେ ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ ଲିଗ ଦଳ ସବୁ ମୁସଲିମ ବହୁଳ ଅଞ୍ଚଳକୁ ମିଶାଇ ଏକ ସ୍ୱାଧୀନ ମୁସଲିମ ରାଜ୍ୟ ଗଠନ ହେଲା ବୋଲି ଘୋଷଣା କରାଯାଇଥିଲା ପରବର୍ତ୍ତୀ ସମୟରେ ଏହି ମୁସଲିମ ରାଜ୍ୟ ପାକିସ୍ତାନ ନାମରେ ନାମିତ ହୋଇଛି। ପ୍ରତିବର୍ଷ ପାକିସ୍ତାନ ପକ୍ଷରୁ ଏହି ଦିବସକୁ ଜାତୀୟ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ।
from Odisha Reporter https://ift.tt/2WjvR0d
No comments:
Post a Comment