
ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟଠାରେ ଭାରତୀୟ ସେନାର ମିରାଜ ୨୦୦୦ ସର୍ଜିକାଲ ଷ୍ଟ୍ରାଇକ୍ ପରେ ସେନା ଓ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଦେଶବାସୀ । ପୁଲଓ୍ଵାମା ଆକ୍ରମଣରେ ସହୀଦ ଯବାନଙ୍କ ବଳିଦାନର ପ୍ରତିଶୋଧ ଚାହୁଁଥିଲେ ଦେଶବାସୀ । ଆଉ ଏହାର ୧୨ଦିନ ପରେ ବାଲାକୋଟ ଜବାବ୍ ଖୁସିର ଲହରୀ ଖେଳାଇ ଦେଇଛି। ଏହି ଘଟଣା ପରେ ଦେଶବାସୀ ବିଭିନ୍ନ ଉପାୟରେ ନିଜର ଖୁସି ପ୍ରକଟ କରିଛନ୍ତି । ହେଲେ ଜଣେ ମହିଳାଙ୍କ ଖୁସି ଏବେ ଚର୍ଚ୍ଚାକୁ ଆସିଛି। ଭାରତର ଏୟାର ଷ୍ଟ୍ରାଇକରେ ଖୁସି ହୋଇ ମହିଳା ଜଣକ ମୋଦିଙ୍କ ଫଟୋକୁ ଚୁମ୍ବନ ଦେଉଛନ୍ତି ଆଉ ଏହାର ଭିଡିଓ ଭାଇରାଲ ହୋଇଛି।
ऐसा भी होता है!!
pic.twitter.com/C1ZU2lEXR7
— Akhilesh Sharma (@akhileshsharma1) February 24, 2019
ଭିଡିଓରେ ଦେଖିବାକୁ ମିଳିଛି, ଏକ ଷ୍ଟେସନ୍ରେ ଟ୍ରେନ୍ ଛିଡା ହୋଇଛି। ଟ୍ରେନ୍ ପାଖ ଦେଇ ଯାଉଥିବା ଜଣେ ମହିଳା କୋଚରେ ଅଙ୍କା ଯାଇଥିବା ମୋଦିଙ୍କ ଫଟୋ ପାଖରେ ଅଟକି ତାକୁ ଚୁମ୍ବନ ଦେଉଛନ୍ତି ଏବଂ କ୍ୟାମେରାକୁ ଦେଖି ହସୁଛନ୍ତି।
ଏହି ଭିଡିଓକୁ ଟୁଇଟରରେ ସେୟାର କରି ଜଣେ ଲେଖିଛନ୍ତି, ଏମିତି ବି ହୋଇପାରେ ! ତେବେ ଏହା ପ୍ରଥମ ନୁହେଁ କି ଜଣେ ମହିଳା ସର୍ବସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନିଜର ଭଲ ପାଇବା ଜାହିର କରିଛନ୍ତି। ପୂର୍ବରୁ ଏକ ସଭାରେ ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ଜଣେ ମହିଳାଙ୍କ ଠାରୁ ଚୁମା ମିଳିଛି।
from Odisha Reporter https://ift.tt/2SB6Fjs
No comments:
Post a Comment