ଲାଡେନ୍‌ର ପୁଅକୁ ଧରିବାକୁ ଆମେରିକାର ପୁରସ୍କାର ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଲାଡେନ୍‌ର ପୁଅକୁ ଧରିବାକୁ ଆମେରିକାର ପୁରସ୍କାର ଘୋଷଣା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଏବେ ତା’ ପୁଅକୁ ମଧ୍ୟ ଆମେରିକା ଖୋଜିବା ଆରମ୍ଭ କରିଛି।

ଲାଡେନ୍‌ ପୁଅ ହାମଜା ସମ୍ପର୍କରେ ଯିଏ ସୂଚନା ଦେବ, ତାକୁ ଆମେରିକା ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଦେବ ବୋଲି ଆଜି ଘୋଷଣା କରିଛି। ୨୦୧୧ରେ ଏକ ସର୍ଜିକାଲ ଷ୍ଟ୍ରାଇକ କରି ଲାଡେନ୍‌କୁ ଆମେରିକା ସେନା ହତ୍ୟା କରିଥିଲେ। ତା’ ଅନ୍ତେ ତା’ ପୁଅ ହାମଜା ବିନ୍‌ ଲାଡେନ୍‌ ଏବେ ଜେହାଦୀ ପ୍ରିନ୍ସ ଵନିଯାଇ ତା’ ବାପା ଭଳି ଆତଙ୍କୀ ସଂଗଠନ ଚଳାଇଛି।

ହାମଜା ଲାଡେନ୍‌ ତା’ ବାପାର ହତ୍ୟାର ପ୍ରତିଶୋଧ ନେବ ବୋଲି ପୂର୍ବରୁ ଧମକ ଦେଇଥିଲା। ଏବେ ଆମେରିକା ହାମଜାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। କିଛି ରିପୋର୍ଟରେ ହାମଜା ଆଫ୍‌ଗାନିସ୍ତାନରେ ଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ସେ ସିରିଆ କିମ୍ବା ପାକିସ୍ତାନରେ ଥିବା କୁହାଯାଉଛି।

ସେହିଭଳି ଆଉ ଏକ ରିପୋର୍ଟରେ ସେ ଇରାନ୍‌ରେ ଗୃହବନ୍ଦୀ ଥିବା ମଧ୍ୟ କୁହାଯାଇଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସୂଚନା ମିଳୁଥିବାରୁ ଏବେ ଆମେରିକା ସରକାର ହାମଜା ସମ୍ପର୍କରେ କେହି ସଠିକ ତଥ୍ୟ ଦେଲେ ଆର୍ଥିକ ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି।

୯/୧୧ ଆମେରିକା ଆକ୍ରମଣ ପରେ ଆମେରିକା ପାକିସ୍ତାନରେ ଆବୋଟ୍ଟାବାଦରେ ସେ ରହୁଥିବା କୋଠାରେ ପ୍ରବେଶ କରି ଲାଡେନ୍‌କୁ ହତ୍ୟା କରିଥିଲା। ଏହି ହତ୍ୟାର ପ୍ରତିଶୋଧ ନେବାକୁ ୩୦ ବର୍ଷୀୟ ହାମଜା କିଛି ଦିନ ତଳେ ସମସ୍ତ ଜେହାଦୀଙ୍କୁ ଏକାଠି ହୋଇ ଆମେରିକା ବିରୋଧରେ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଥିଲା। ଏବେ ସେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଥିବାରୁ ତାକୁ ଠାବ କରି ନିପାତ କରିବାକୁ ଆମେରିକା ସରକାର ସ୍ଥିର କରିଛନ୍ତି।



from Odisha Reporter https://ift.tt/2XyvlwX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages