
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଯେତିକି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ଆସନ୍ତାକାଲିଠାରୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ତାରିଖ ଯାଏ ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ, ଏବେ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଛି। କିନ୍ତୁ ଆସନ୍ତାକାଲି ଠାରୁ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୮ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ। ଏଭଳି ପାଗ ଆସନ୍ତା ୩୧ ଯାଏ ଜାରି ରହିବ। ଏବେ ରାଜ୍ୟକୁ ତତଲା ପବନ ପ୍ରବେଶ କରୁଥିବା ବେଳେ ସମୁଦ୍ର ପଟୁ ପବନ ବହିବା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ରାଜ୍ୟରେ ଏଭଳି ସ୍ଥିତ ଅନୁଭୂତ ହେବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୧ରୁ ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି। ସେହିପରି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ବିହାରରୁ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାରଖଣ୍ଡ ଯାଇଥିବା ଅପର ଏୟାର ଟ୍ରପ୍ ଏବଂ ଉପକୂଳରେ ଆଣ୍ଟି ସାଇକ୍ଲୋନିକ୍ ୱିଣ୍ଡ ଫ୍ଲୋ ଯୋଗୁ ଏଭଳି ବର୍ଷା ଓ ବଜ୍ରପାତର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2Ov4M7o
No comments:
Post a Comment