ଠିକାଦାରଙ୍କ ଅଭିଯୋଗ: ପୂର୍ବରୁ ୫ ଲକ୍ଷ ନେଲେଣି, ଏବେ ମାଗୁଛନ୍ତି ୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଠିକାଦାରଙ୍କ ଅଭିଯୋଗ: ପୂର୍ବରୁ ୫ ଲକ୍ଷ ନେଲେଣି, ଏବେ ମାଗୁଛନ୍ତି ୨ ଲକ୍ଷ

ଜଳେଶ୍ୱର(ଅଜିତ୍‌ ଦାସ):  ନିର୍ବାଚନ ଆଗରୁ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ସେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଜଣେ ଠିକାଦାର। ଟେଣ୍ଡର ଦେବା ନେଇ ସେ କାଳେ ୨ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର ଲୋକନାଥ ଜେନା। ଲୋକନାଥ ତାଙ୍କୁ ଟଙ୍କା ନ ଦେବାରୁ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏପରିକି ଜାତିଆଣ ମନ୍ତବ୍ୟ ଦେଇଛନ୍ତି ବୋଲି ନିଜ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି ଜେନା।

ସନ୍ତୋଷପୁର ଗ୍ରାମର ଠିକାଦାର ଲୋକନାଥ କୁହନ୍ତି,

୨୦ ଲକ୍ଷ ୩୧ ହଜାର ୭୫୨ଟଙ୍କାର ଏକ ସ୍କୁଲ ଗୃହ କାମ ମୋତେ ମିଳିଛି। ଯାହାର କାମ ଆରମ୍ଭ କରିବାକୁ ମୁଁ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଯାଇଥିଲି। ହେଲେ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ବିଧାୟକ ଜେନା ଓ ତାଙ୍କ ସମର୍ଥକ। ସେ ମୋତେ ସେଠି ଗାଳିଗୁଲଜ କରି ମୋତେ ଟେଣ୍ଡର ଦିଆଯିବାକୁ ନେଇ ଆପତ୍ତି ଉଠାଇବା ସହ ଛୋଟ ଜାତିର ଲୋକ ବୋଲି କହି ଖରାପ ବ୍ୟବହାର କରିଥିଲେ।

ଏ ସମ୍ପର୍କରେ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ ବିଧାୟକ ପାତ୍ର ପିସି ନିଅନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରିକି ପୂର୍ବରୁ ସେ ପ୍ରାୟ ୫ ଲକ୍ଷ ଟଙ୍କା ତାଙ୍କଠାରୁ ନେଇ ସାରିଥିବା ବେଳେ ଏଣିକି ୨ ଲକ୍ଷ ଟଙ୍କା ମାଗିଛନ୍ତି ବୋଲି କହିଛନ୍ତି।

ତେବେ ଏନେଇ ଠିକାଦାର ଗତ ମାର୍ଚ୍ଚ ୧୦ ତାରିଖ ବିଳମ୍ବିତ ରାତିରେ ଜଳେଶ୍ୱର ଥାନାରେ  ଏତଲା ଦେଇଛନ୍ତି ।

ହେଲେ ବିଧାୟକ ପାତ୍ର ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଅଭିଯୁକ୍ତ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଠିକାଦାର ବୋଲି କହିଛନ୍ତି। ପୂର୍ବରୁ ସେ ଏମିତି ଅନେକ ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି, ଏଣୁ ଏଥିରେ କିଛି ନୂଆ ନାହିଁ ବୋଲି ସେ କହିଛନ୍ତି। ତେବେ ଘଟଣାଦିନ ସେ କେବଳ ତୁରନ୍ତ କାମ କରିବା ନେଇ ତାଗିଦ୍‌ କରିଥିଲେ, କୌଣସି ଗାଳିଗୁଲଜ କରି ନାହାନ୍ତି ବୋଲି କହିଛନ୍ତି।

ଜଳେଶ୍ୱର ପୁଲିସ୍‌ ଅଭିଯୋଗର ତଦନ୍ତ କରୁଛି।



from Odisha Reporter https://ift.tt/2NXYltt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages