
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ପଞ୍ଚାୟତ ଗୃହ ନିର୍ମାଣ କରୁଥିବା ବେଳେ ଚାଲିଗଲା ଜୀବନ। ଅନ୍ୟ ଦୁଇ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଏମିତି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।
ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଦୁଲିପଲ୍ଲୀ ପଞ୍ଚାୟତର ନୂଆ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାମରେ ଜିଲୁଣ୍ଡି ଗାଁର ନାରାୟଣ ଗୌଡ଼, ଜୟ ପ୍ରଧାନ ଓ ଭିକା ବେହେରା କରୁଥିଲେ। ସେମାନେ ଲୁହା ରଡ୍ ନେଉ ଯାଇଥିଲେ। ଅସାବଧାନତା ଯୋଗୁ ଲୁହା ରଡ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ନାରାୟଣ ଗୌଡ଼ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଜୟ ପ୍ରଧାନ ଓ ଭିକା ବେହେରା ଗୁରୁତର ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2VSZGVk
No comments:
Post a Comment