ଯୁଦ୍ଧବନ୍ଦୀ ବିଜୟ ବସନ୍ତ ତାମ୍ୱେ ଜୀବିତ ନା ମୃତ ! ତଥାପି ଦମ୍ଭ ହରାଇ ନାହାନ୍ତି ଦମୟନ୍ତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଯୁଦ୍ଧବନ୍ଦୀ ବିଜୟ ବସନ୍ତ ତାମ୍ୱେ ଜୀବିତ ନା ମୃତ ! ତଥାପି ଦମ୍ଭ ହରାଇ ନାହାନ୍ତି ଦମୟନ୍ତୀ

ନୂଆଦିଲ୍ଲୀ: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ଦୀର୍ଘ ୪୭ ବର୍ଷ ହେଲା ନିଜ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ବିଶ୍ୱାସ ତାଙ୍କ ସ୍ୱାମୀ ଆସିବେ। ଆଉ ପୁଣି ଥରେ ତାଙ୍କ ନିସଙ୍ଗ ଜୀବନରେ ରଙ୍ଗ ଭରିଯିବ। ସେ ହେଉଛନ୍ତି ବୀର ସେନା ଅଫିସର ବିଜୟ ବସନ୍ତଙ୍କ ପତ୍ନୀ ଦମୟନ୍ତୀ। ଯାହାଙ୍କର ସ୍ୱାମୀ ୧୯୭୧ ଯୁଦ୍ଧରେ ପାକିସ୍ତାନ ଦ୍ୱାରା ବନ୍ଦୀ ହୋଇଥିଲେ। ନିଜ ସ୍ୱାମୀର ବିଚ୍ଛେଦରେ ସୁବୁ ଦୁଃଖ ଯନ୍ତ୍ରଣାକୁ ଛାତି ଭିତରେ ଚାପି ରଖିଥିଲେ ବି ଦମୟନ୍ତୀ ଦମ୍ଭ ହରାଇ ନାହାନ୍ତି। ଜୀବନର ଅପରାହ୍ନର ପାଦ ଥାପିଥିଲେ ମଧ୍ୟ ସ୍ୱାମୀର ଫେରିବା ବାଟକୁ ସେ ଆଜି ବି ଅପେକ୍ଷା କରିଛନ୍ତି।

୧୯୭୦ ମସିହାରେ ତୃତୀୟ ଜାତୀୟ ବ୍ୟାଡମିଣ୍ଟନ୍‌ ଟାଇଟଲ୍‌ ଜିତିବା ପୂର୍ବରୁ ଦମୟନ୍ତୀ ସୁବେଦାର୍‌ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ୍‌ ବିଜୟ ବସନ୍ତ ତାମ୍ୱେଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧ ବର୍ଷ ପରେ ଦମୟନ୍ତୀଙ୍କ ଜୀବନରେ ଅନ୍ଧକାରର କଳା ବାଦଲ ଛାଇ ଯାଇଥିଲା।

ଆପଣ ହୁଏତ ଭାବୁଥିବେ, ଏହି ଦମୟନ୍ତୀ କିଏ? ସେ ହେଉଛନ୍ତି, ଯୁଦ୍ଧବନ୍ଦୀ ହୋଇଥିବା ଜଣେ ବୀର ସେନା ଅଫିସରଙ୍କ ପତ୍ନୀ।

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ଆର୍ମି ବିଜୟ ବସନ୍ତ ତାମ୍ୱେଙ୍କୁ ବନ୍ଦୀ କରିଥିଲେ। ବନ୍ଦୀ ହେବାର ୪୭ ବର୍ଷ ପରେ ମଧ୍ୟ ଦମୟନ୍ତୀ ତାଙ୍କର ଫେରିବା ବାଟକୁ ଅପେକ୍ଷା କରିଛନ୍ତି। ସେ ଏବେ ବଞ୍ଚିଛନ୍ତି କି ନାହିଁ, ତାହା ମଧ୍ୟ କାହାକୁ ଜଣାନାହିଁ।

ଇକନୋମିକ୍‌ ଟାଇମସ୍‌ର ରିପୋର୍ଟ ଅନୁସାରେ, ଦମୟନ୍ତୀ ଓ ବିଜୟ ବିବାହ କରିବାର କେବଳ ୧୮ ମାସ ହୋଇଥିଲା। ୧୯୭୧ ମସିହା ଡିସେମ୍ୱର ୫ ତାରିଖରେ ଦମୟନ୍ତୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇଛନ୍ତି।

ସେହି ସମୟରେ ଏହି ଘଟଣାକୁ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା। ଏସବୁକୁ ଦେଖି ଦମୟନ୍ତୀଙ୍କର ଆଶା ଥିଲା ଯେ, ବହୁତ ଶୀଘ୍ର ତାଙ୍କ ସ୍ୱାମୀ ସ୍ୱଦେଶ ଫେରି ଆସିବେ। ଆଜି ୪୭ ବର୍ଷ ପରେ ମଧ୍ୟ ତାଙ୍କର ଆଶା କେବଳ ଆଶାରେ ହିଁ ରହିଛି। ତଥାପି ସ୍ୱାମୀଙ୍କର ଫେରିବା ବାଟକୁ ସେ ଚାହିଁ ରହିଛନ୍ତି।

ବିଜୟ ବସନ୍ତ ତାମ୍ୱେ ଭାରତୀୟ ବାୟୁସେନାର ୫୪ ଡିଫେନ୍ସ ପରସୋନେଲ୍‌ ଗ୍ରୁପ୍‌ର ସଦସ୍ୟ ଥିଲେ। ଯାହାକୁ ପାକିସ୍ତାନରୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ଅସମର୍ଥ ହୋଇଥିଲା।

ସେବେଠାରୁ ବର୍ଷ ବର୍ଷ ଧରି ଦମୟନ୍ତୀ ଅନେକ ପ୍ରକାର ଚେଷ୍ଟା କରିଛନ୍ତି। ପାକିସ୍ତାନ ଯାଇ ସ୍ୱାମୀଙ୍କୁ ଥରେ ଦେଖି ଆସିବା ପାଇଁ ବିଭିନ୍ନ ଉଚ୍ଚ ଅଧିକାରୀଙ୍କୁ ଦେଖା କରିବା ସହ ପିଟିସନ୍‌ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ ବାରମ୍ୱାର ନିରାଶ ହୋଇ ଫେରିଛନ୍ତି ଦମୟନ୍ତୀ।

ବ୍ୟାଡମିଣ୍ଟନରେ ଅର୍ଜୁନ ପୁରସ୍କାର ପାଇଥିବା ଦମୟନ୍ତୀ ଶ୍ୱଶୁରଙ୍କ ଉପଦେଶ ଅନୁସାରେ ୧୯୭୨ ମସିହାରେ ଦିଲ୍ଲୀର ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟରେ ସ୍ପୋର୍ଟସ୍‌ ଅଫିସର୍‌ ଭାବରେ ଯୋଗ ଦେଇଥିଲେ। ଏହି ଚାକିରି କରିବା ପରେ ତାଙ୍କୁ ଉଚ୍ଚ ଅଧିକାରୀଙ୍କ ସହ ଦେଖା କରିବା ଆହୁରି ସହଜ ହୋଇଥିଲା। କିନ୍ତୁ ଶତଚେଷ୍ଟା ସତ୍ତ୍ୱେ ସେ ବାରମ୍ୱାର ସରକାରଙ୍କ ଉଦାସୀନତାର ସାମ୍ନା କରୁଥିଲେ।

ଦମୟନ୍ତୀଙ୍କୁ କେବଳ ଗୋଟିଏ କଥା ଚିନ୍ତାରେ ପକାଇଥିଲା: ଯୁଦ୍ଧବନ୍ଦୀ ହୋଇଥିବା ନିଜର ଯବାନମାନଙ୍କୁ ଫେରାଇ ଆଣିବା ପାଇଁ ସରକାର କାହିଁକି ସକ୍ଷମ ହେଉନାହାନ୍ତି। ପରିବାର ଓ ସାଙ୍ଗସାଥୀଙ୍କର ସମର୍ଥନ ପାଇ ଦୟାବନ୍ତୀ ବର୍ତ୍ତମାନ ‘ୱାର ୱିଡୋ ଆସୋସିଏସନ୍’ର ସେକ୍ରେଟାରୀ ଅଛନ୍ତି। କିନ୍ତୁ ଏବେ ବି ଏକୁଟିଆ ରହିଲେ ସେ ସ୍ୱାମୀ ବସନ୍ତ ତାମ୍ୱେଙ୍କ କଥା ହିଁ ଚିନ୍ତା କରନ୍ତି। ମିଡିଆ ରିପୋର୍ଟ ଅନୁସାରେ ବସନ୍ତ ତାମ୍ୱେଙ୍କ ପାଇଁ ଦିଲ୍ଲୀର ‘ନାସ୍‌ନାଲ୍‌ ୱାର୍‌ ମେମୋରିଆଲ୍‌’ରେ ଏକ ସ୍ଥାନ ମଧ୍ୟ ରହିଛି। ଏତେ ସବୁ ପରେ ବି ଦମୟନ୍ତୀ ସ୍ୱାମୀ ଫେରି ଆସିବେ ବୋଲି ଆଶା ବାନ୍ଧି ବସିଛନ୍ତି।

ଦମୟନ୍ତୀ କୁହନ୍ତି,“ମୋର ପରିବାର ଓ ସାଙ୍ଗସାଥୀ ମତେ ବହୁତ ସହଯୋଗ କଲେ। ବର୍ଷ ବର୍ଷ ଧରି ମୁଁ ତାଙ୍କର ଅନୁପସ୍ଥିତିକୁ ସାମ୍ନା କରୁଛି ଏବଂ ନିଜେ ବଞ୍ଚିବା ଶିଖୁଛି। ମୋ ସ୍ୱାମୀ ବର୍ତ୍ତମାନ କେବଳ ଭାରତ ଇତିହାସର ଏକ ଅଂଶ ହୋଇ ରହିଛନ୍ତି।“

ସେ ଆହୁରି ମଧ୍ୟ କୁହନ୍ତି, “ଯୁଦ୍ଧର ବାସ୍ତବିକତା ହେଉଛି ମୃତ୍ୟୁ, ଧ୍ୱଂସ ଓ ଦୁଃଖ ଏବଂ ଏହା ସହିତ ‘ବିଜୟ’ର ଖୁସି ମଧ୍ୟ ରହିଥାଏ। ଯୁଦ୍ଧରେ ବଳିଦାନ ଦେଇ ସୀମାରୁ ଯବାନ ତାଙ୍କ ଘର ଓ ପରିବାରକୁ ଫେରିଥାନ୍ତି କିନ୍ତୁ ମୋ ସ୍ୱାମୀ ଆଜି ବି ଅଫେରା ହୋଇ ରହିଛନ୍ତି। “
https://ift.tt/2NYANEW



from Odisha Reporter https://ift.tt/2F2IMO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages