ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ

ଡେରାଡୁନ୍: ରେହମତ ଶାହ ଓ ଇଶାନୁଲ୍ଲାଙ୍କ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଆୟର୍ଲ୍ୟାଣ୍ଡକୁ ୭ ୱିକେଟରେ ହରାଇ ଟେଷ୍ଟ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିଛି। ଦୁଇ ଟିମ୍ ମଧ୍ୟରେ ସିରିଜରେ ଏକମାତ୍ର ମ୍ୟାଚ୍ ଖେଳାଯିବାର ଥିଲା, ଯାହାକୁ ଆଫଗାନ୍ ଟିମ୍ ନିଜ ନାମରେ କରିଛି। ୧୪୭ ରନର ବିଜୟଲକ୍ଷ୍ୟକୁ ଆଫଗାନିସ୍ତାନ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି।

ରେହମତ ଓ ଇଶାନୁଲ୍ଲା ଦ୍ୱିତୀୟ ୱିକେଟ୍ ପାଇଁ ୧୩୯ ରନର ମ୍ୟାଚ୍ ବିଜୟୀ ଭାଗୀଦାରୀ କରିଥିଲେ। ପ୍ରଥମ ଇନିଂସରେ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା ରେହମତ ଦ୍ୱିତୀୟ ଇନିଂସରେ ୭୬ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଇଶାନୁଲ୍ଲା ୬୫ ଓ ହଶମତୁଲ୍ଲା ଶାହିଦି ୪ ରନ୍ କରି ଅପରାଜିତ ଥିଲେ। ଦଳର ଓପ୍ନର ମହମ୍ମଦ ଶେହଜାଦ୍ (୨) ଓ ମହମ୍ମଦ ନବି (୧) ଆଉଟ୍ ହୋଇଥିଲେ। ଉକ୍ତ ଟେଷ୍ଟରେ ଆୟର୍ଲ୍ୟାଣ୍ଡ ପ୍ରଥମ ଇନିଂସରେ ୧୭୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ୩୧୪ ରନ୍ କରି ବଡ଼ ଅଗ୍ରଣୀ ହାସଲ କରିଥିଲା। ଆୟର୍ଲ୍ୟାଣ୍ଡ ଦ୍ୱିତୀୟ ଇନିଂସରେ ୨୮୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।

୨୦୧୭ରେ ଆଇସିସିଠାରୁ ପୂର୍ଣ୍ଣ ସଦସ୍ୟତା ପାଇବା ପରେ ଉଭୟ ଆୟର୍ଲ୍ୟାଣ୍ଡ ଓ ଆଫଗାନିସ୍ତାନ ସେମାନଙ୍କର ଦ୍ୱିତୀୟ ଟେଷ୍ଟ ଖେଳୁଥିଲେ। ଆୟର୍ଲ୍ୟାଣ୍ଡ ଟିମ୍ ଗତବର୍ଷ ମେ’ମାସରେ ପାକିସ୍ତାନ ବିପକ୍ଷ ଟେଷ୍ଟ ପଦାର୍ପଣ କରିଥିବା ବେଳେ ଆଫଗାନିସ୍ତାନ ଜୁନରେ ବେଙ୍ଗାଲୁରୁରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲା। ନିକଟରେ ଆଫଗାନିସ୍ତାନ ଟି-୨୦ ସିରିଜ୍ ୩-୦ରେ କ୍ଲିନ୍ସୁଇପ୍ କରିଥିବା ବେଳେ ଦିନିକିଆ ସିରିଜ୍ ୨-୨ରେ ବରାବର କରିଥିଲା।



from Odisha Reporter https://ift.tt/2TPChGT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages