ହାୱାଇ ଚପଲ୍‌, ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ : ଏପରି ରାଜନେତା ଥିଲେ ପାରିକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ହାୱାଇ ଚପଲ୍‌, ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ : ଏପରି ରାଜନେତା ଥିଲେ ପାରିକର

ନୂଆଦିଲ୍ଲୀ: ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୨୦୧୮ରୁ ସେ କ୍ୟାନସରରେ ପୀଡିତ ଥିବା ବେଳେ ଗତକାଲି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। କ୍ୟାନସର ପରି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ସତ୍ତ୍ୱେ ନିଜ ମନୋବଳ ଏବଂ କର୍ତ୍ତବ୍ୟକୁ ସବୁବେଳେ ସୁସ୍ଥ ରଖି ନିଷ୍ଠାର ସହ ଦେଶ ସେବା କରୁଥିବା ରାଜନେତା ଥିଲେ ପାରିକର।

ଉପଲବ୍ଧିରେ ଭରା ମନୋହରଙ୍କ ରାଜନୈତିକ ଜୀବନ। ସେ ୪ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୪ମାର୍ଚ୍ଚ ୨୦୧୭ରେ ୪ର୍ଥ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟର ମୁଖ୍ୟ ପଦବୀରେ ରହିବା ସତ୍ତ୍ୱେ ତାଙ୍କୁ ସବୁବେଳେ ସାଧାରଣ ଜୀବନଯାପନ କରିବାର ଦେଖିବାକୁ ମିଳେ।

ସାଧାରଣ ଲୋକଙ୍କର ପ୍ରିୟ ରାଜନେତା ଥିଲେ ମନୋହର ପାରିକର। ଅନେକଥର ତାଙ୍କୁ ବାଇକ୍‌ ପଛରେ ବସି ବିଭିନ୍ନ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳୁଥିଲା। । ଯେତେବେଳେ୨୦୧୪ରେ ମନୋହର ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀରେ ରଖାଯାଇଥିଲା ସେତେବେଳେ ସେ ସେନାର ମନୋବଳ ବଢାଇବା ପାଇଁ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ। ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ପାକିସ୍ତାନ ଅଧୀକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ।

ଚାରିଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ପାରିକର କେବେବି ହାଇପ୍ରୋଫାଇଲ୍‌ ଜୀବନଶୈଳୀ ବିତାଇ ନାହାନ୍ତି। ଅନେକ ଥର ତାଙ୍କୁ ଲୋକଙ୍କ ସହ ଧାଡିରେ ଠିଆ ହେବାର ଦେଖିବାକୁ ମିଳିଛି।

ପାରିକରଙ୍କୁ ସାଇକେଲ୍‌ ଚଲାଇବା ବହୁତ ପସନ୍ଦ ଥିଲା। ଅବସର ସମୟରେ ସେ ସାଇକେଲ୍‌ ଚଲାଉଥିଲେ। ହାୱାଇ ଚପଲ୍‌ ଏବଂ ହାଫ୍‌ ସାର୍ଟ ଥିଲା ତାଙ୍କ ପରିଚୟ। ଏଥିସହ ସେ ଖାଇବା ପାଇଁ ବେଳେବେଳେ ସ୍କୁଟର ଚଲାଇ ରାସ୍ତା କଡରେ ଥିବା ଢାବାକୁ ଚାଲିଯାଆନ୍ତି। ସେଠାରେ ସାଧାରଣ ଲୋକଙ୍କ ସହ ବସି ଖାଦ୍ୟ ଖାଆନ୍ତି।

ମନୋହର ପାରିକରଙ୍କୁ ଯେତେବେଳେ କିଛି ପିଲା ଘେରିନିଅନ୍ତି ସେ ମଧ୍ୟ କିଛି ସମୟ ରହି ସେମାନଙ୍କ ସହ କଥା ହୋଇଯାଆନ୍ତି।

ମନୋହର ପାରିକରଙ୍କୁ ଫୁଟ୍‌ବଲ୍‌ ଖେଳିବାକୁ ଭଲ ଲାଗେ। ସମୟ ମିଳିଲେ ସେ ଖେଳ ପଡିଆ ଯାଇ ପିଲାମାନଙ୍କ ସହ ଫୁଟ୍‌ବଲ୍‌ ଖେଳନ୍ତି।

ମନୋହର ଟ୍ରେନ୍‌ରେ ଜେନେରାଲ୍‌ ବଗିରେ ମଧ୍ୟ ଯାତ୍ରା କରନ୍ତି।

ମନୋହରଙ୍କ ମତରେ, ଗୋଟେ ରାଜନେତାର ପରିଚୟ ହେଉଛି ସାଧାରଣ ଲୋକଙ୍କ ସହ ମିଶି ଏକ ସାଧାରଣ ଜୀବନଯାପନ କରିବା।



from Odisha Reporter https://ift.tt/2JhxtWr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages