ପୁଣି ବ୍ୟାଟ୍ ଧରିଲେ ଦାଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ପୁଣି ବ୍ୟାଟ୍ ଧରିଲେ ଦାଦା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ବର୍ତ୍ତମାନ ନୂଆ ଭୂମିକାରେ ଦେଖା ଦେଇଛନ୍ତି। ସେ ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର ଦାୟିତ୍ୱ ତୁଲାଉଛନ୍ତି। ନିଜ ସମୟର ସବୁଠାରୁ ଦମଦାର ଓ ଆକ୍ରମଣାତ୍ମକ ଅଧିନାୟକ ରହିଥିବା ଗାଙ୍ଗୁଲି ପୂରା ସମର୍ପିତ ସହ ଟିମ ସହ ଯୋଡି ହୋଇଛନ୍ତି।

ସେ କେବଳ ଜଣେ ପରାମର୍ଶଦାତା ଭାବେ ନୁହେଁ ବରଂ ଖେଳାଳିମାନଙ୍କ ସହ ମଇଦାନକୁ ମଧ୍ୟ ଓହ୍ଲାଇ ବ୍ୟାଟିଂ ପ୍ରାକ୍ଟିସ ମଧ୍ୟ କରିଛନ୍ତି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରେନିଂ ସେସନରେ ବ୍ୟାଟ୍ ଧରିଥିଲେ ଏବଂ କିଛି ଆକର୍ଷଣୀୟ ଶଟ୍ ମଧ୍ୟ ମାରିଛନ୍ତି। ଏହା ମଧ୍ୟରେ ସେ ସେହି ପୁରୁଣା ଗାଙ୍ଗୁଲି ଭାବେ ନଜର ଆସିଛନ୍ତି, ଯିଏ ନିଜର ଫେଭରିଟ୍ ଅଫ ସାଇଡରେ କିଛି ଶଟ୍ ଖେଳିଛନ୍ତି।

ଅଫସାଇଡର ମାଷ୍ଟର ଭାବେ ପରିଚିତ ଗାଙ୍ଗୁଲି କିଛି କଟ ଶଟ୍ ଓ କଭର ଡ୍ରାଇଭ୍ ଶଟ ମଧ୍ୟ ମାରିଥିଲେ। ତାଙ୍କ ସହ ଦିଲ୍ଲୀର ସହକାରୀ କୋଚ ମହମ୍ମଦ କୈଫ ମଧ୍ୟ ମଇଦାନରେ ଉପସ୍ଥିତ ଥିଲେ। ଗାଙ୍ଗୁଲି ବ୍ୟାଟିଂ କରୁଥିବାର ଏକ ଭିଡିଓକୁ ଦିଲ୍ଲୀ ଟିମ ତା’ର ଅଫିସିଆଲ ପେଜରେ ପୋଷ୍ଟ କରିଛି।

ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ, ଗାଙ୍ଗୁଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସେ ୧୧୩ ଟେଷ୍ଟ ଖେଳି ୪୨.୧୭ ହାରରେ ୭୨୧୨ ରନ୍ କରିଛନ୍ତି। ଏହାଛଡ଼ା ଦିନିକିଆରେ ଗାଙ୍ଗୁଲି ୩୧୧ ମ୍ୟାଚରେ ୪୧.୦୨ ହାରରେ ୧୧୩୬୩ ରନ କରିଛନ୍ତି। ବର୍ତ୍ତମାନ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଟିମର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଦିଲ୍ଲୀ ତା’ର ପରବର୍ତ୍ତୀ ମୁକାବିଲା ଶନିବାର ଫିରୋଜ ଶାହ କୋଟଲାରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।



from Odisha Reporter https://ift.tt/2TFnytR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages