ଟାଇଟଲରଙ୍କ ବିରୋଧରେ ତଦନ୍ତ ୨ମାସରେ ଶେଷ ହେବ: ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଟାଇଟଲରଙ୍କ ବିରୋଧରେ ତଦନ୍ତ ୨ମାସରେ ଶେଷ ହେବ: ସିବିଆଇ

ନୂଆଦିଲ୍ଲୀ: ଶିଖ ଦଙ୍ଗା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗଦୀଶ ଟାଇଟଲରଙ୍କ ବିରୋଧରେ ତଦନ୍ତ ୨ ମାସ ମଧ୍ୟରେ ଶେଷ ହେବ। କୋର୍ଟଙ୍କୁ ଆଜି ସିବିଆଇ ଏହା ଜଣାଇଛି। ମେ ୨୨ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଏଥିସହ ସିବିଆଇ ଏହି ଦଙ୍ଗା ଘଟଣାର ଅନ୍ୟତମ ସାକ୍ଷୀ ଅଭିଷେକ ବର୍ମାଙ୍କ ବାବଦରେ କୋର୍ଟଙ୍କୁ ତଥ୍ୟ ଦେଇଛି।

୧୯୮୪ ମସିହା ଅକ୍ଚୋବର ୩୧ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଶିଖ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା ଏବଂ ଏଥିରେ ୩ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା। କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମନମୋହନ ସିଂହଙ୍କ ସରକାରରେ ଜଗଦୀଶ ଟାଇଟଲର ମନ୍ତ୍ରୀ ଥିଲେ। ସିବିଆଇ ତଦନ୍ତ କାଳରେ ଟାଇଟଲରଙ୍କ ଦଙ୍ଗାରେ ସମ୍ପୃକ୍ତି ଥିବାର ଅଭିଯୋଗ ଆସିଥିଲା। ଏହାପରେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ଟାଇଟଲର। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇ ଏବେ ଆଜୀବନ ଜେଲଦଣ୍ଡାଦେଶ ଭୋଗୁଛନ୍ତି। ଗତବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଥିଲେ।

ଏହି ଦଙ୍ଗା ଘଟଣାରେ ଅନ୍ୟତମ ଅଭିଯୁକ୍ତଙ୍କ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ହେଲେ କୌଣସି କାରଣରୁ କମଲନାଥ ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି।



from Odisha Reporter https://ift.tt/2UqDH7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages