
ମୋହନା (ମିହିରି ଯତି) ଲଭ, ସେକ୍ସ ଓ ଧୋକା। ପ୍ରଥମେ ପ୍ରେମ ଏବଂ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ। ଆଉ ଶେଷରେ ପ୍ରେମିକା ଗର୍ଭବତୀ ହେବା ଜାଣିବା ପରେ ପ୍ରେମିକ ଜଣକ ଫେରାର ହୋଇଯାଇଛନ୍ତି। ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଯୁବତୀଙ୍କୁ ପ୍ରତାରଣ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହେବା ଜାଣି ଯୁବକ ଜଣକ ଫେରାର ହୋଇଯାଇଛି।
ସୂଚନା ଅନୁସାରେ, ଅଡବା ଥାନା ମିଞ୍ଜପଙ୍କା ଗାଁର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କ ପରିବାର ତରଫରୁ ଫୋନ୍ କଲେ ସଂପୃକ୍ତ ଯୁବକ ଜଣକ ଫୋନ୍ ରିସିଭ୍ କରୁନି ଏବଂ ଫୋନ୍କୁ ସୁଇଚ୍ ଅଫ୍ କରିଦେଉଛି ବୋଲି ଯୁବତୀର ବାପା କହିଛନ୍ତି। ଏଣେ ନ୍ୟାୟ ପାଇବା ଆଶାରେ ଥାନାରେ ଏତଲା ଦେଇଛନ୍ତି ଯୁବତୀ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି।
from Odisha Reporter https://ift.tt/2WrizyW
No comments:
Post a Comment