
ଲଣ୍ଡନ: କିଙ୍ଗସ ଇଲେଭେନ ପଞ୍ଜାବ ଟିମର ଅଧିନାୟକ ଆର ଅଶ୍ୱିନଙ୍କ ଦ୍ୱାରା ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଆଇପିଏଲ ମ୍ୟାଚରେ ମାଙ୍କଡିଙ୍ଗ୍ ଆଉଟ କରିବାକୁ ନେଇ କ୍ରିକେଟ୍ ନିୟମପ୍ରଣିତା ମେରିଲବୋନ୍ କ୍ରିକେଟ କମିନି (ଏମସିସି) ଏବେ ୟୁ ଟର୍ଣ୍ଣ ନେଇଛି।
‘ମାଙ୍କଡିଙ୍ଗ’ ମାମଲାର ଉଚିତ୍ ସମୀକ୍ଷା କରିବା ପରେ ଏମସିସି ତା’ ମତରେ ପରିବର୍ତ୍ତନ କରି ଅଶ୍ୱିନଙ୍କ ଏଭଳି କାର୍ଯ୍ୟକଳାପକୁ ଅଣଖେଳୁଆଡ଼ ବୋଲି ଦର୍ଶାଇଛି। ଏମସିସି ଏହା ପୂର୍ବରୁ ବଟଲରଙ୍କୁ ରନ ଆଉଟ କରିବା ପ୍ରକ୍ରିୟା ଉପରେ ଭାରତୀୟ ଖେଳାଳିଙ୍କୁ ସମର୍ଥନ କରିଥିଲା, କିନ୍ତୁ ଦିନକ ପରେ ଏହି ମାମଲା ଉପରେ ମତ ପରିବର୍ତ୍ତନ କରିଛି।
ବ୍ରିଟିଶ ଖବର କାଗଜ ଅନୁଯାୟୀ, ଏମସିସିର ଲ’ ମ୍ୟାନେଜର ଫ୍ରେଜର ଷ୍ଟିୱାର୍ଟ କହିଛନ୍ତି, ମାମଲାର ସମୀକ୍ଷା କରିବା ପରେ ଆମକୁ ଲାଗିଲା ଯେ, ଅଶ୍ୱିନଙ୍କ ଆଚରଣ ଖେଳୁଆଡ଼ ନଥିଲା। ଆମ ମତରେ, ଅଶ୍ୱିନ କ୍ରିଜରେ ପହଞ୍ଚିବା ପାଇଁ ଅଧିକ ସମୟ ନେଇଥିଲେ। ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନଜଣକ ଭାବୁଥିବ ଯେ, ବଲଟି ବୋଲରଙ୍କ ହାତରୁ ଖସିଯାଇଥିବ। ଠିକ୍ ସେୟା ବଟଲର ମଧ୍ୟ ଭାବିଥିବେ ଅଶ୍ୱିନ ବଲ ପକାଇ ସାରିଥିବେ।
ଫ୍ରେଜର ଆହୁରି ମଧ୍ୟ କହିଛନ୍ତି, କ୍ରିକେଟରେ ସେମିତି କୌଣସି ନିୟମ ନାହିଁ ଯେ, ନନଷ୍ଟ୍ରାଇକର ଏଣ୍ଡରେ ଛିଡ଼ା ହୋଇଥିବା ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ପୂର୍ବରୁ ଚେତାବନୀ ଦିଆଯିବ। ତେଣୁ ବ୍ୟାଟ୍ସମ୍ୟାନଙ୍କର ମଧ୍ୟ ନୈତିକ ଦାୟିତ୍ୱ ରହିବା ଦରକାର ଯେ, ବଲ ହାତରୁ ନ ଖସିବା ପର୍ଯ୍ୟନ୍ତ ସେମାନେ କ୍ରିଜରେ ଉପସ୍ଥିତ ରହିବେ ବୋଲି ଏମସିସି ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2OsvkpU
No comments:
Post a Comment