ପାକିସ୍ତାନ ପୁଣି ପରାସ୍ତ, ସିରିଜ ଜିତିଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ପାକିସ୍ତାନ ପୁଣି ପରାସ୍ତ, ସିରିଜ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି: ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପାଙ୍କ ସଫଳ ବୋଲିଂକୁ ଆଧାର କରି ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ପାକିସ୍ତାନକୁ ୮୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପାକିସ୍ତାନର ସିରିଜକୁ ଫେରିବା ଆଶା ଧୂଳିସାତ ହୋଇଛି।

ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୨୬୬ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ କ୍ରମାଗତ ତୃତୀୟ ଶତକରୁ ବଞ୍ଚିତ ରହିଥିଲେ। ସେ ୧୩୬ ବଲରେ ୫ ଚୌକା ଓ ୧ ଛକା ସହ ୯୦ ରନ୍ କରି ଆଉଟ ହୋଇଥିଲେ।

ମଧ୍ୟକ୍ରମରେ ଗ୍ଲେନ୍ ମ୍ୟାକ୍ସୱେଲ ଦ୍ରୁତ ୭୧ (୫୫ ବଲ, ୮ ଚୌକା, ୧ ଛକା), ପିଟର ହ୍ୟାଣ୍ଡସ୍କମ୍ବ ୪୭, ଶନ ମାର୍ଶ ୧୪, ମାର୍କସ ଷ୍ଟୋଇନିସ ୧୦, ଆଲେକ୍ସ କ୍ୟାରି ଅପରାଜିତ ୨୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଉସମାନ ଶିନୱାରୀ, ଜୁନେଦ ଖାନ, ୟାସିର ଶାହ, ଇମାଦ ୱାସିମ ଓ ହାରିସ ସୋହେଲ ଗୋଟିଏ ଲେଖାଏ ୱିକେଟ ହାସଲ କରିଥିଲେ। ୨୬୭ ରନର ବିଜୟଲକ୍ଷ୍ୟର ପିଛା କରି ପାକିସ୍ତାନ ୪୪.୪ ଓଭରରେ ୧୮୬ ରନ କରି ଅଲ ଆଉଟ ହୋଇଯାଇଥିଲା।

ଦଳ ପକ୍ଷରୁ ଇମାମ-ଉଲ-ହକ୍ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଇମାଦ ୱାସିମ ୪୩, ଉମର ଅକମଲ ୩୬, ଶୋହେବ ମଲିକ ୩୧ ଓ ୟାସିର ଶାହ ଅପରାଜିତ ୧୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୪୩ ରନ୍ ଦେଇ ୪ଟି ଓ ମ୍ୟାନ ଅଫ ଦି ମ୍ୟାଚ୍ କମିନ୍ସ ୨୩ ରନ୍ ଦେଇ ୩ଟି ୱିକେଟ ନେଇଥିଲେ।



from Odisha Reporter https://ift.tt/2TGvnj4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages