
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରଖଣ୍ଡ ଭଳି ଓଡ଼ିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଆସିବା ଦରକାର। ଏପରି ହେଲେ ଝାରଖଣ୍ଡ ଭଳି ଓଡ଼ିଶାରେ ବିକାଶ ହୋଇ ବ୍ୟାପକ ପରିବର୍ତ୍ତନ ହୋଇପାରିବ। ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀରେ ଓ ଓଡ଼ିଶାରେ ବିଜେପି ସରକାର ଆସିଲେ ରାଜ୍ୟର ଦ୍ରୁତ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।
ଶ୍ରୀ ସିହ୍ନା କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ହିତ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଦେଶର ପ୍ରତି ଗରିବ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶୁକ୍ଲ ସ୍ୱାସ୍ଥ୍ୟସେବା ପାଇପାରିବେ। ହେଲେ ଏଠାରେ ଗରିବଙ୍କ ପ୍ରତି ନବୀନ ବାବୁଙ୍କର ଦରଦ ନାହିଁ। ସେଥିପାଇଁ ନବୀନ ବାବୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଏଠାରେ ଲାଗୁ କରୁନାହାନ୍ତି। ରାଜ୍ୟର ବିକାଶ ନବୀନ ବାବୁ ଚାହୁଁ ନାହାନ୍ତି। ସେ କେବଳ ନିଜ ବ୍ୟକ୍ତିଗତ ଏଜେଣ୍ଡା ମାଧ୍ୟମରେ କାମ କରି ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛନ୍ତି।”
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।
from Odisha Reporter https://ift.tt/2GY6r4r
No comments:
Post a Comment