ଆରଟିଆଇରେ ତଥ୍ୟ ଦେଲାନି ରିଜର୍ଭ ବ୍ୟାଙ୍କ, ଧମକାଇଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଆରଟିଆଇରେ ତଥ୍ୟ ଦେଲାନି ରିଜର୍ଭ ବ୍ୟାଙ୍କ, ଧମକାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଆରଟିଆଇ ଅଧୀନରେ ବିଭିନ୍ନ ବ୍ୟାଙ୍କର ଆନୁଆଲ ଇନ୍ସପେକ୍ସନ୍‌ ରିପୋର୍ଟ ସାର୍ବଜନୀନ କରିବାକୁ ମନା କରିଦେଇ ଥିବାରୁ, ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)କୁ ଧମକାଇଛନ୍ତି ସୁପ୍ରିମ୍‌କୋର୍ଟ। ଆରବିଆଇ ଏପରି କରି ଅଦାଲତର ଅବମାନନା କରିଛି ଏବଂ ନିର୍ଦ୍ଦିଷ୍ଟ ଅବଧିରେ ଏନେଇ ନିଷ୍ପତ୍ତି ନନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଇଛନ୍ତି ସୁପ୍ରିମ୍‌କୋର୍ଟ। ଚଳିତବର୍ଷ ଜାନୁଆରୀରେ ହିଁ କୋର୍ଟ ଏହି ମାମଲାରେ କେନ୍ଦ୍ରୀୟ ବ୍ୟାଙ୍କକୁ ଅଦାଲତ ଅବମାନନା ନୋଟିସ୍‌ ପଠାଇଥିଲେ।

ଏହାପୂର୍ବରୁ ଉଭୟ ସର୍ବୋଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ରୀୟ ସୂଚନା କମିଶନ୍‌ କହିଥିଲେ ଆରବିଆଇ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ବାଧ୍ୟ। ଆରବିଆଇ ଏହି ନିର୍ଦ୍ଦେଶ ପାଳନ କରିବାକୁ ମନା କରିବା ସହିତ ଏହା ଆରଟିଆଇ ଆକ୍ଟରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଏହା ‘ଦୁଇ ପକ୍ଷ ମଧ୍ୟରେ ବିଶ୍ୱାସଭିତ୍ତିକ ସୂଚନା’ ହୋଇଥିବାରୁ ତାହା ସାର୍ବଜନୀନ ହୋଇପାରିବ ନାହିଁ ବୋଲି କହିଥିଲା।

ସୁପ୍ରିମ୍‌କୋର୍ଟ ଆଜି ଆରବିଆଇକୁ ନିର୍ଦ୍ଦେଶ ଦେଇ କହିଥିଲେ, ଏହାକୁ ସାର୍ବଜନୀନ କରିବା ପାଇଁ ସପ୍ତାହକ ଭିତରେ ନିଷ୍ପତ୍ତି ନେବାକୁ ହେବ। ନଚେତ ସୁପ୍ରିମ୍‌କୋର୍ଟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ ବୋଲି କହିଥିଲେ।

ମୁମ୍ବାଇର ଗିରୀଶ ମିତ୍ତଲ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ପ୍ରଣବ ସଚଦେବାଙ୍କ ମାଧ୍ୟମରେ ଏହି ଆବେଦନରେ ଦର୍ଶାଇଥିଲେ, ସେ ଡିସେମ୍ବରରେ ଆଇସିଆଇସିଆଇ, ଆକ୍ସିସ୍, ଏଚ୍‌ଡିଏଫ୍‌ସି ଏବଂ ଏସ୍‌ବିଆଇ ଆଦି ବ୍ୟାଙ୍କର ଆନୁଆଲ ଇନ୍ସପେକ୍ସନ୍‌ ରିପୋର୍ଟର ନକଲ ମାଗିଥିଲେ। ସାହାରା ଗ୍ରୁପ୍‌ ଏବଂ ବ୍ୟାଙ୍କ ଅଫ୍‌ ରାଜସ୍ଥାନର ବାର୍ଷିକ ରିପୋର୍ଟର ନକଲ ମଧ୍ୟ ସେ ମଗାଇଥିଲେ।

ଗତବର୍ଷ ନଭେମ୍ବରରେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଏହି ପ୍ରସଙ୍ଗରେ ସିଆଇସି ମଧ୍ୟ ନୋଟିସ୍‌ କରିଥିଲେ। ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ନେଇ ଫେରାଇନଥିବା ଖିଲାପକାରୀଙ୍କ ନାମ ସାର୍ବଜନୀନ କରିବାକୁ ଆରବିଆଇ ମନା କରିବାରୁ ଏହି ନୋଟିସ୍‌ ପଠାଯାଇଥିଲା। ତତ୍କାଳୀନ ସିଆଇସି ପ୍ରଫେସର ଶ୍ରୀଧର ଆଚାର୍ଯ୍ୟୁଲୁ ପିଏମ୍‌ଓ, ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇକୁ ଏହି ନୋଟିସ୍‌ ପଠାଇଥିଲେ। ସେ ଖିଲାପକାରୀଙ୍କ ତାଲିକା ବାବଦରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ୍ ରାଜନ୍‌ଙ୍କ ଚିଠିକୁ ସାର୍ବଜନୀନ କରିବାକୁ କହିଥିଲେ।



from Odisha Reporter https://ift.tt/2UXMCxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages