ଇଣ୍ଡିଆ ଓପନ୍: ଆକ୍ସେଲସେନ୍ ଚାମ୍ପିଅନ୍, ଶ୍ରୀକାନ୍ତ ରନର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଇଣ୍ଡିଆ ଓପନ୍: ଆକ୍ସେଲସେନ୍ ଚାମ୍ପିଅନ୍, ଶ୍ରୀକାନ୍ତ ରନର୍ସ

ନୂଆଦିଲ୍ଲୀ: ପୂର୍ବତନ ଚାମ୍ପିଅନ୍ ଓ ବିଶ୍ୱର ଚତୁର୍ଥ ନମ୍ବର ଖେଳାଳି ଡେନମାର୍କର ଭିକ୍ଟର ଆକ୍ସେଲସେନ୍ କିଦାମ୍ବୀ ଶ୍ରୀକାନ୍ତଙ୍କୁ ସିଧାସଳଖ ଗେମରେ ହରାଇ ଦ୍ୱିତୀୟଥର ଇଣ୍ଡିଆ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ଆକ୍ସେଲସେନ୍ ୩୬ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ୨୦୧୫ ଚାମ୍ପିଅନ୍ ଶ୍ରୀକାନ୍ତଙ୍କୁ ୨୧-୭, ୨୨-୨୦ ଗେମରେ ପରାସ୍ତ କରିଛନ୍ତି।

ଚତୁର୍ଥଥର ଇଣ୍ଡିଆ ଓପନ ଫାଇନାଲ ଖେଳୁଥିବା ଆକ୍ସେଲସେନ୍ ଏଥିସହ ୨୦୧୫ର ଫାଇନାଲରେ ଶ୍ରୀକାନ୍ତଙ୍କଠାରୁ ମିଳିଥିବା ପରାଜୟର ମଧ୍ୟ ପ୍ରତିଶୋଧ ନେଇଛନ୍ତି। ଆକ୍ସେଲସେନ୍ ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଏଠାରେ ଟାଇଟଲ ଜିତିଥିଲେ। ଶ୍ରୀକାନ୍ତଙ୍କ ବିପକ୍ଷରେ ଆକ୍ସେଲସେନଙ୍କ ଏହା ଅଷ୍ଟମ ବିଜୟ।

ଶ୍ରୀକାନ୍ତ ଓ ଆକ୍ସେଲସେନଙ୍କ ମଧ୍ୟରେ ଖେଳାଯାଇଥିବା ମୁକାବିଲା ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆକ୍ସେଲସେନ୍ ନିଜର ଦମଦାର ସ୍ମାଶ୍ କାରଣରୁ ଶ୍ରୀକାନ୍ତଙ୍କ ଉପରେ ଚାପ ପକାଇଥିଲେ। ଭାରତୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଏହା ସତ୍ତେ୍ୱ ଆକ୍ସେଲସେନ୍ ବ୍ରେକ ସୁଦ୍ଧା ୧୧-୭ରେ ଆଗୁଆ ହୋଇଥିଲେ।

ଶ୍ରୀକାନ୍ତ ଲଗାତାର ଭୁଲ ବସିଥିଲେ, ଯାହାର ଫାଇଦା ଉଠାଇ ଆକ୍ସେଲସେନ୍ ଲଗାତାର ୧୨ ପଏଣ୍ଟ ହାସଲ କରି ପ୍ରଥମ ଗେମକୁ ମାତ୍ର ୧୨ ମିନିଟରେ ନିଜ ନାମରେ କରିଥିଲେ। ଆକ୍ସେଲସେନ୍ ଦ୍ୱିତୀୟ ଗେମରେ ମଧ୍ୟ ଭଲ ଆରମ୍ଭ କରି ୩-୦ରେ ଆଗୁଆ ହୋଇଥିଲେ। ସେ ଏହା ମଧ୍ୟରେ ଦୁଇଟି ଗେମରେ ଲଗାତାର ୧୫ ପଏଣ୍ଟ ଜିତିଥିଲେ।

ଶ୍ରୀକାନ୍ତ ଅତ୍ୟଧିକ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲେ। ସେ ଅନେକ ଶଟ ନେଟକୁ ଏବଂ କିଛି ବାହାରକୁ ମଧ୍ୟ ମାରିଥିଲେ। କିନ୍ତୁ ଦ୍ୱିତୀୟ ଗେମରେ ଶ୍ରୀକାନ୍ତ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୧୨-୧୨ରେ ବରାବର କରିଥିଲେ । ଚାପରେ ଆକ୍ସେଲସେନ୍ ମଧ୍ୟ କିଛି ଭୁଲ କରିଥିଲେ, ଯାହା ଫଳରେ ଶ୍ରୀକାନ୍ତ ୧୯-୧୭ରେ ଆଗୁଆ ରହିବାରେ ସଫଳ ହୋଇଥିଲେ। ଏହା ପରେ ଶ୍ରୀକାନ୍ତ ମାତ୍ର ଗୋଟିଏ ପଏଣ୍ଟ ହିଁ ହାସଲ କରିଥିବା ବେଳେ ଆକ୍ସେଲସେନ୍ ୫ ପଏଣ୍ଟ ସହ ଗେମକୁ ଜିତି ନେଇଥିଲେ।

ସେହିପରି ଥାଇଲ୍ୟାଣ୍ଡର ଚତୁର୍ଥ ସିଡ୍ ରତଚାନୋକ୍ ଇନ୍ତାନୋନ୍ ମଧ୍ୟ ଏକତରଫା ବିଜୟ ସହ ମହିଳା ସିଙ୍ଗଲ୍ସରେ ଚାମ୍ପିଅନ୍ ହୋଇଛନ୍ତି। ବିଶ୍ୱର ୮ ନମ୍ବର ଖେଳାଳି ଇନ୍ତାନୋନ୍ ୪୬ ମିନିଟ ଧରି ଚାଲିଥିବା ଫାଇନାଲରେ ବିଶ୍ୱର ୭ ନମ୍ବର ଖେଳାଳି ତଥା ତୃତୀୟ ସିଡ୍ ବିଙ୍ଗଜିଆଓଙ୍କୁ ୨୧-୧୫, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଭାରତର ପିଭି ସିନ୍ଧୁଙ୍କୁ ହରାଇଥିବା ବିଙ୍ଗଜିଆଓଙ୍କ ପାଖରେ ଇନ୍ତାନୋନଙ୍କ ଆକ୍ରମଣାତ୍ମକ ଶଟର କୌଣସି ଜବାବ ନଥିଲା।



from Odisha Reporter https://ift.tt/2TGn4Uk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages