
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରୁ ପୁଣି ଥରେ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ସମେତ ଦେଶର ୩ ପ୍ରମୁଖ ସ୍ଥାନକୁ ବିମାନ ଯୋଗେ ଯାତ୍ରା କରିବାର ସୁଯୋଗ ପାଇଥିଲେ। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଦିଲ୍ଲୀ-ଝାରୁସୁଗୁଡା ବୋଇଂ ୭୩୭ -୮୦୦ ବିମାନ। ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଝାରସୁଗୁଡା ଏୟାରପୋର୍ଟ ନିର୍ଦ୍ଦେଶକ ଏସ.କେ.ଚୌହାନ ପ୍ରଦୀପ ପ୍ରଜ୍ୱଳନ ସହ କେକ୍ କାଟି ବିମାନସେବାର ଶୁଭାରମ୍ଭ କରିଥିଲେ।
ଆଜି ଅପରାହ୍ନ ୪ଟା୪୦ରେ ପ୍ରଥମେ ଝାରସୁଗୁଡାରୁ ହାଇଦ୍ରାବାଦ ସ୍ପାଇସଜେଟ୍ ବିମାନ ଉଡ଼ାଣ କରିଥିଲା। ପରେ ଅପରାହ୍ନ ପ୍ରାୟ ୪ଟା ୫୦ରେ ଉଡ଼ାଣ ଭରିଥିଲା ଝାରୁସୁଗୁଡା-ଦିଲ୍ଲୀ ବୋଇଂ ୭୩୭ ଏଇଟ୍ ହଣ୍ଡ୍ରେଡ୍ ବିମାନ। ପ୍ରଥମ ଥର ପାଇଁ ଝାରସୁଗୁଡାରୁ ସିଧା ଦିଲ୍ଲୀ ଓ ହାଇଦ୍ରାବାଦ ଯାଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ସେପଟେ ଝାରସୁଗୁଡାରୁ ବିମାନସେବାକୁ ନେଇ ଏୟାରପୋର୍ଟ ନିର୍ଦ୍ଦେଶକ ଏସ.କେ.ଚୌହାନ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି। ସମସ୍ତ ବିମାନର ୯୦ ପ୍ରତିଶତ ସିଟ୍ ପୂରଣ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି। ଝରୁସୁଗୁଡାରୁ ବିମାନସେବା ପାଇଁ ବହୁଦିନ ଧରି ପଶ୍ଚିମ ଓଡ଼ିଶା ବାସୀ ଅପେକ୍ଷା କରି ରହିଥିଲେ। ତାହା ପୂରଣ ହୋଇଛି ବୋଲି ସେ କହିଛନ୍ତି।
ଗତ ବର୍ଷ ସେମ୍ବେର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରକୁ ଉଦ୍ଘାଟନ କରିଥିଲେ। କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିବା ପରେ ବନ୍ଦ ହୋଇଯାଇଥିଲା। ।
from Odisha Reporter https://ift.tt/2WzKX1I
No comments:
Post a Comment