ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କୋର୍ଟଙ୍କ ଆଦେଶ ଲାଗୁ ନକରିବା ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି ପାଇଁ ନୋଟିସ ପଠାଇଛନ୍ତି। କୋର୍ଟଙ୍କ ଆଦେଶ ଥିଲା ପ୍ରାର୍ଥୀମାନେ ଖବରକାଗଜରେ ନିଜ ନାଁରେ ଥିବା ଅପରାଧିକ ମାମଲା,କଣ କଣ ଅପରାଧିକ ମାମଲା ଚାଲିଛି ଇତ୍ୟାଦି ନାମାଙ୍କନ ପତ୍ରରେ ଦାଖଲ କରିବାକୁ ହେଲେ ଏହା ପାଳନ ହୋଇନଥିବା ଦର୍ଶାଇ ନିର୍ବାଚନ କମିଶନଙ୍କୁ ନୋଟିସ ପଠାଇଛନ୍ତି।
 
ସୁପ୍ରିମକୋର୍ଟର ବିଚାରପତି ରେହିନଟୋନ ଫଲି ନରିମାନଙ୍କ ଅଧ୍ୟତାରେ ଗଠିତ ବେଞ୍ଚ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଛି।
 
୨୦୧୮ ସେପ୍ଟେମ୍ୱର ୨୫ ରେ ଏନେଇ ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ । କୌଣସି ପ୍ରାର୍ଥୀ ଯିଏକି ନିର୍ବାଚନ ଲଢୁଛନ୍ତି ୩ ଥର ବିଜ୍ଞାପନ ଦେଇ , ନିଜ ଅପରାଧ ସମ୍ପର୍କରେ ଜଣାଇବାକୁ ପଡିବ ।
ଏହି ସହିତ ଫର୍ମ ୨୬ କୁ ଅଧିକ କଡାକଡି କରାଯାଇଛି । ସମସ୍ତ ପ୍ରାର୍ଥୀଙ୍କୁ ପ୍ୟାନ୍ ନମ୍ୱର ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ଯଦି କୌଣସି ପ୍ରାର୍ଥୀଙ୍କର ପ୍ୟାନ୍ ନମ୍ୱର ନାହିଁ , ତେବେ ତାଙ୍କୁ ଆବେଦନ କରିବାକୁ ପଡିବ , ଏବଂ ଫର୍ମ ୨୬ରେ ତାହାର ଷ୍ଟାଟସ୍ ସମ୍ପର୍କରେ ଜଣାଇବାକୁ ପଡିବ। ଯଦି ଫର୍ମ ୨୬ ସଠିକ୍ ଭାବେ ପୂରଣ ହୋଇନହେବ ତାହେଲେ ରଦ୍ଦହେବ ନାମାଙ୍କନ ।
 
ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେବା ପରେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ନିୟମନୁଯାୟୀ ନୋମିନେସନ କରିବାର ୪୮ ଘଣ୍ଟା ପୂର୍ବରୁ ଏହି ବିଜ୍ଞାପନ ଦେବାକୁ ପଡିବ। ହେଲେ ଏହି ନିୟମକୁ ପାଳନ କରାଯାଇନଥିବା ଦେଖିବାକୁ ମିଳିଛି।


from Odisha Reporter https://ift.tt/2WCaasx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages