
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଯେଉଁ ଯାନବାହାନ ବା ଗାଡିରେ ଇଭିଏମ, ଭିଭିପାଟ ଯିବ ସେଥିରେ ଜିପିଏସ ଲାଗିବା ବାଧ୍ୟତାମୂଳକ। ଏନେଇ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀଙ୍କୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରିଣାମସ୍ବରୂପ ଇଭିଏମ ଓ ଭିଭିପାଟର ସ୍ଥିତି ନେଇ କଣ୍ଟ୍ରୋଲ ରୁମରୁ ସିଧା ଟ୍ରାକ କରିହେବ।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ଇଭିଏମ ମେସିନ ହୋଟେଲ, ରାସ୍ତା ଓ ଜଣେ ବିଧାୟକଙ୍କ ଘରେ କୌଣସି କାରଣରୁ ରଖାଯାଇଥିଲା। ଏହାପରେ ଇଭିଏମ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ ଉଠିଥିଲା। ଏମିତିକି ଅନେକ ସମୟରେ ଇଭିଏମ ହଜିଯାଇଥିବା ଅଭିଯୋଗ ଆଣିଛନ୍ତି ପୋଲିଂ ଅଫିସର। ଏହାର କାରଣ ଆବଶ୍ୟକ ପ୍ରକ୍ରିୟା ଓ ଅବହେଳା କାରଣରୁ ଇଭିଏମକୁ ନେଇ ଅନେକ ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି ନିର୍ବାଚନ କମିଶନଙ୍କୁ। ତେଣୁ ଏପରି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଅଧିକାରୀ ।
ଚଳିତ ସାଧାରଣ ନିର୍ବାଚନରେ ସାରା ଦେଶରେ ୧୦.୩୫ ଲକ୍ଷ ପୋଲିଂ ବୁଥ ପ୍ରତିଷ୍ଠା କରିବ ବୋଲି ଜଣାପଡ଼ିଛି। ଯାହାକି ୨୦୧୪ରେ ୯.୨୮ ଲକ୍ଷ ଥିଲା। ପାଖାପାଖି ୧୦.୧ ପ୍ରତିଶତ ପୋଲିଂ ବୁଥ ବଢ଼ିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ପାଖାପାଖି ୩୯.୬ ଲକ୍ଷ ଭୋଟିଂ ମେସିନ ଏବଂ ୧୭.୪ ଲକ୍ଷ ଭିଭିପାଟ ବ୍ୟବହାର ହେବ ପୋଲିଂ ବୁଥରେ।
ସୂଚନାଯୋଗ୍ୟ, ଏପ୍ରିଲ୧୧ରୁ ମେ ୧୯ ମଧ୍ୟରେ ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ। ମେ ୨୩ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ୧୦ ତାରିଖ ଦିନ ଘୋଷଣା କରିଥିଲେ ।
from Odisha Reporter https://ift.tt/2HzOwka
No comments:
Post a Comment