ମିଆଁମାରରେ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ମିଆଁମାରରେ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ: ପାକିସ୍ତାନ ଭଳି ମିଆଁମାରରେ ମଧ୍ୟ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ନିଜର ପରାକ୍ରମ ଦେଖାଇଛି। ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ୍‌ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ଉପରେ ସମସ୍ତ ନଜର ଥିବା ବେଳେ ସ୍ଥଳ ସେନା ମଧ୍ୟ ଭାରତ-ମିଆଁମାର ସୀମରେ ପ୍ରବେଶ କରି ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କରି ଦେଇଥିଲା।

ଭାରତୀୟ ସେନାର ଏହି ମେଗା ଷ୍ଟ୍ରାଇକ୍‌ରେ ମିଆଁମାର ସୁରକ୍ଷାକର୍ମୀ ଭରପୂର ସହଯୋଗ କରିଥିଲେ। ଫେବୃଆରୀ ୧୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମିଆଁମାର ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଧ୍ୱଂସ କରିଦିଆଯାଇଥିବା ଜଣାପଡ଼ିଛି। ଉତ୍ତରପୂର୍ବ ରାଜ୍ୟରେ ଏକ ବଡ଼ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କାଯାଉଛି। ଏହାକୁ ମିଆଁମାର ସୀମାର ଥିବା ବିଦ୍ରୋହୀ ଗୋଷ୍ଠୀ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବାର ଖବର ମିଳିଥିଲା।

ପୁଲୱାମା ହମ୍‌ଲା ପରେ ସମସ୍ତଙ୍କ ନଜର ପଶ୍ଚିମ ସୀମାନ୍ତକୁ ଚାଲି ଯାଇଥିଲା। ଏହାର ଫାଇଦା ନେଇ ଭାରତୀୟ ସେନା ପୂର୍ବ ସୀମାରେ ଆରମ୍ଭ କରିଥିଲା ବିଦ୍ରୋହୀ ଦମନ ଅଭିଯାନ। ତଥାକଥିତ ଆରକନ୍‌ ଆର୍ମି ପକ୍ଷରୁ ଉତ୍ତରପୂର୍ବ ଭାରତରେ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ବିରୋଧ କରାଯାଉଥିଲା।

ତେଣୁ ଭାରତୀୟ ସେନା ଆରକନ୍‌ ଆର୍ମି ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ଏହି ଆରକନ୍‌ ଆର୍ମିକୁ ମିଆଁମାରର କଚିନ୍‌ ସ୍ୱାଧୀନ ଆର୍ମି ପୂର୍ଣ୍ଣ ସହଯୋଗ କରୁଛି। ଏହି କଚିନ୍‌ ସ୍ୱାଧୀନ ଆର୍ମି ସଂଗଠନକୁ ମିଆଁମାର ସରକାର ଅସିଦ୍ଧ ଘୋଷଣା କରିଛନ୍ତି। ମେଗା କାଲାଡନ୍‌ ପ୍ରକଳ୍ପକୁ ଆରକନ ଆର୍ମି ପକ୍ଷରୁ ବିପଦ ରହିଥିଲା। ଏହି ପ୍ରକଳ୍ପ ଦ୍ୱାରା କୋଲକାତା ସହ ମିଆଁମାରର ସିଟ୍‌ୱେ ପୋର୍ଟ ଯୋଡ଼ି ହୋଇଯିବ। ଏହାଦ୍ୱାରା ଉତ୍ତରପୂର୍ବ ଅଞ୍ଚଳର ମଧ୍ୟ ବିକାଶ ହେବ। ଏହି ପ୍ରକଳ୍ପ ଦ୍ୱାରା କୋଲକାତା ଓ ମିଆଁମାର ମଧ୍ୟରେ ଦୂରତା ୧୦୦୦ କିମି କମିବ।

ତେବେ ଏହି କାଲାଡନ୍‌ ପ୍ରକଳ୍ପ ପ୍ରତି ଆରକନ୍‌ ଆର୍ମି ପକ୍ଷରୁ ବିପଦ ରହିଥିବା ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ଏହାପରେ ଭାରତୀୟ ସେନା ପକ୍ଷରୁ ଗୁପ୍ତ ଭାବେ ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା। ମିଆଁମାରର ଦକ୍ଷିଣ ଭାଗରେ ଥିବା ଏହି ଆରକନ୍‌ ଆର୍ମିର ଲଞ୍ଚ ପ୍ୟାଡ୍‌କୁ ଭାରତୀୟ ସେନା ନଷ୍ଟ କରିବାକୁ ଚାହିଁଥିଲା। ଏହାପରେ ମିଆଁମାର ସହ ମିଶି ଯୁଗ୍ମ ଅପରେଶନ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାରେ ଭାରତୀୟ ସେନା ମିଜୋରାମ ସୀମାରେ ନୂଆ କରି ସ୍ଥାପନ ହୋଇଥିବା ଆରକନ୍‌ ଆର୍ମିର ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କରିଦେଇଥିଲା। ଦ୍ୱିତୀୟ ପର୍ଯ୍ୟାରେ ନାଗା ଗ୍ରୁପ୍‌ର ଶିବିରକୁ ଟାର୍ଗେଟ କରାଯାଇଥିଲା। ନାଗା ଆତଙ୍କୀଙ୍କ ବ୍ୟତୀତ ଏନ୍‌ଏସ୍‌ସିଏନ୍‌(କେ) ଆତଙ୍କୀ ସଂଗଠନର କ୍ୟାମ୍ପକୁ ମଧ୍ୟ ଭାରତୀୟ ସେନା ଧ୍ୱଂସ କରିଦେଇଛନ୍ତି। ମିଆଁମାର ଓ ଭାରତ ସୀମାରେ ଥିବା ସମସ୍ତ ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ଏହି ଅପରେଶନର ମୂଳଲକ୍ଷ୍ୟ ରହିଥିଲା।

ଏହି ଅପରେଶନରେ ଆର୍ମି, ଆସାମ ରାଇଫଲ ଓ ଅନ୍ୟ ଇନଫ୍ରାଣ୍ଟାରୀ ୟୁନିଟ୍‌ ରହିଥିଲେ। ହେଲିକପ୍ଟର, ଡ୍ରୋନ୍‌ ଏବଂ ଅନ୍ୟ ସର୍ଭେଲାନ୍ସ ମଧ୍ୟ ଏହି ଅପରେଶନ୍‌ରେ ବ୍ୟବହାର ହୋଇଥିଲା।

ଗତ ୨ବର୍ଷ ମଧ୍ୟରେ କାଚିନ୍‌ ସ୍ୱାଧୀନ ଆର୍ମି(କେଆଇଏ) ପକ୍ଷରୁ ଆରକନ୍‌ ଆର୍ମିକୁ ଟ୍ରେନିଂ ଦିଆଯାଉଥିଲା। ଚୀନ୍‌ ଓ ମିଆଁମାର ସୀମାରେ ଏଭଳି କାର୍ଯ୍ୟ ଚାଲିଥିଲା। ଏହି ତାଲିମ ଶିବିରରେ ୩୦୦୦ କ୍ୟାଡର ରହିଥିଲେ।

ଏମାନେ ସେଠାରୁ ତାଲିମ ପାଇଁ ଭାରତୀୟ ସୀମାକୁ ଆକ୍ରମଣ ପାଇଁ ଆସୁଥିଲେ ‍ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ଅପରେଶନ କରିବାକୁ ୨ ମାସ ପୂର୍ବରୁ ହିଁ ଯୋଜନା ହୋଇଥିଲା। ଅପରେଶନ୍‌ରେ ଏକାଧିକ ଲଞ୍ଚ ପ୍ୟାଡ୍ ଏବଂ ଶହଶହ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି।



from Odisha Reporter https://ift.tt/2HsRlVd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages