
ନୂଆଦିଲ୍ଲୀ: ଦୀର୍ଘ ୨ ଦଶନ୍ଧି ଧରି କଂଗ୍ରେସ ପାଇଁ କାମ କରି ଆସିଥିବା ଟମ୍ ୱଡକନ୍ଙ୍କୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅପମାନିତ କରିଛନ୍ତି। ସେ କଂଗ୍ରେସ ଛାଡ଼ି ଏବେ ବିଜେପିରେ ଯୋଗ ଦେଇଥିବାରୁ ରାହୁଲ ଗାନ୍ଧି ତାଙ୍କୁ ତାଛଲ୍ୟ କରିଛନ୍ତି। ସେ କହିଛନ୍ତି ୱଡ଼କନ୍ ଆଦୌ ଜଣେ ବଡ଼ ନେତା ନୁହନ୍ତି। ଛତିଶଗଡ଼ର ରାୟପୁରରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି, “ୱଡ଼କନ୍? ସେ ଜଣେ ବଡ଼ ନେତା ନୁହନ୍ତି।”
ଗୁରୁବାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ୱଡ଼କନ୍ ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପିର ଯୋଗଦେବା କ୍ଷଣି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲେ। ତେବେ ରାହୁଲ ଗାନ୍ଧି ଶ୍ରୀ ୱଡ଼କନ୍ଙ୍କ କଂଗ୍ରେସ ପ୍ରତି ଥିବା ସମସ୍ତ ଅବଦାନକୁ ଭୁଲି ସେ ଜଣେ ବଡ଼ ନେତା ନୁହନ୍ତି ବୋଲି କହିଛନ୍ତି।
from Odisha Reporter https://ift.tt/2FeulH5
No comments:
Post a Comment