
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ଅଡୁଆ। ଗୋଟିଏ ପଟେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଅନ୍ୟପଟେ ରାଜ୍ୟ ଫୁଡ୍ କମିଶନ୍। ରାଜ୍ୟର ଏକାଧିକ ସ୍କୁଲ୍ରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ।
ଝାରସୁଗୁଡ଼ା ବୁଢ଼ୀପଦର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନଭୋଜନରେ ନିମ୍ନମାନର ତେଲ ଓ ଡାଲି ବ୍ୟବହାର କରାଯାଉଥିବା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୈଫତ ତଲବ ସହ ମାସକର ଦରମା ବନ୍ଦ ରଖାଯାଇଛି। ସେହିପରି ଯାଜପୁର ବ୍ଲକ୍ ଭଗତପୁର ସ୍କୁଲରେ ନିମ୍ନମାନର ଚାଉଳ ଏବଂ ଡାଲି ବ୍ୟବହାର ନେଇ ତଥ୍ୟ ମିଳିବା ପରେ ଶିକ୍ଷକ ଓ ପାଚିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି।
ରାଜ୍ୟର ୨୦ରୁ ଅଧିକ ସ୍କୁଲ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ରିପୋର୍ଟ ସଂଗ୍ରହ କରିଥିଲା ଖାଦ୍ୟ ସୁରକ୍ଷା କମିଶନ। ଏଥିପାଇଁ ବିଭିନ୍ନ ସମୟରେ ସଂପୃକ୍ତ ସ୍କୁଲ ଅଧିନସ୍ଥ ଡିଇଓମାନଙ୍କୁ ମଧ୍ୟାହ୍ନ ଭୋଜନ ନୋଡାଲ୍ ନିର୍ଦ୍ଦେଶକଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି କରାଯାଇଥିଲା। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶିକ୍ଷକ ସଂଘ। ସରକାର ଓ ସଂପୃକ୍ତ ବିଭାଗର ଆକ୍ରୋଶମୂଳକ ପଦକ୍ଷେପ ତୁରନ୍ତ ବନ୍ଦ କରାଯାଉ। ନଚେତ ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଓହରିବେ ବୋଲି ଚେତାବନୀ ଦେଇଛି ସଂଘ। ତା’ସହ ପିଲାଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଦିଆଯାଉ ବୋଲି ସଂଘ ଦାବି କରିଛି।
ତେବେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ଏମ୍ଡିଏମ୍ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ଦେଇ କୁହାଯାଇଛି ଯେ, ଯେଉଁଠୁ ନିମ୍ନମାନର ଅଭିଯୋଗ ଆସୁଛି ସେଇଠି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।
from Odisha Reporter https://ift.tt/2Fd5zWz
No comments:
Post a Comment