ରବାଡାଙ୍କ ୟର୍କରକୁ ନେଇ କ’ଣ କହିଲେ ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ରବାଡାଙ୍କ ୟର୍କରକୁ ନେଇ କ’ଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଶନିବାର ରାତିରେ ଖେଳାଯାଇଥିବା ଆଇପିଏଲର ସବୁଠାରୁ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ଦିଲ୍ଲୀକୁ ସୁପର ଓଭରରେ ଜିତାଇବାରେ ମୁଖ୍ୟ ଭୂମିକା ବହନ କରିଥିଲେ ଯୁବ ପେସ ବୋଲର କାଗିସୋ ରବାଡା।

ରବାଡାଙ୍କ ଏହି ଓଭରରେ ଅବିଶ୍ୱସନୀୟ ବୋଲିଂ କରିଥିବା ବେଳେ ଦ୍ୱିତୀୟ ବଲରେ କେକେଆରର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲଙ୍କୁ ୟର୍କର ଦ୍ୱାରା କ୍ଲିନ୍ ବୋଲ୍ଡ କରିଥିଲେ। ଏହି ୟର୍କରକୁ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ‘ବଲ ଅଫ୍ ଦି ଆଇପିଏଲ’ ଆଖ୍ୟା ଦେଇଛନ୍ତି।

ଗାଙ୍ଗୁଲି କହିଛନ୍ତି, ରବାଡା ସୁପର ଓଭରରେ ଯେଉଁ ୟର୍କର ରସେଲଙ୍କୁ ପକାଇଥିଲେ, ଏହା ମୋ ମତରେ ଆଇପିଏଲରୁ ସବୁଠାରୁ ଶ୍ରେଷ୍ଠ ବଲ୍। ରସେଲଙ୍କ ଭଳି ଇନଫର୍ମ ବ୍ୟାଟ୍ସମ୍ୟାନଙ୍କୁ ଏଭଳି ବୋଲିଂ କରିବା ବାସ୍ତବରେ ଅବିଶ୍ୱସନୀୟ। ଗାଙ୍ଗୁଲି ଆହୁରି କହିଛନ୍ତି, ଟିମକୁ ଏହି ବିଜୟର ନିହାତି ଆବଶ୍ୟକ ଥିଲା। ଦଳର ଗତ ସିଜନ ଭଲ ରହିନଥିଲା। ଏହା ଏକ ଯୁବ ଟିମ। ଏଭଳି ବିଜୟ ଦ୍ୱାରା ଟିମର ଆତ୍ମବିଶ୍ୱାସ ବଢ଼ିବ ବୋଲି ଗାଙ୍ଗୁଲି କହିଛନ୍ତି।

ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କୁ ଗାଙ୍ଗୁଲି ଭୂୟସୀ ପ୍ରଶଂସା କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ପୃଥ୍ୱୀ ୧ ରନ ପାଇଁ ଶତକରୁ ବଞ୍ଚିତ ହେବା ନିଶ୍ଚିତ ଭାବେ ଆମକୁ ନିରାଶ କରିଛି। କିନ୍ତୁ ଆଗାମୀ ଦିନରେ ସେ ଏହି ଫର୍ମାଟରେ ଆହୁରି ଶତକ ମାରିବେ। ସୂଚନାଯୋଗ୍ୟ, ଏହି ମ୍ୟାଚରେ ପୃଥ୍ୱୀ ୫୫ ବଲରେ ୯୯ ରନ୍ କରିଥିଲେ।



from Odisha Reporter https://ift.tt/2I6RHQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages