
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ଦଳ ମଧ୍ୟରେ ବିରୋଧ କରାଯାଇଛି। ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରୁ ଟିକଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି ବିରୋଧୀ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ଧ୍ରୁବ ସାହୁଙ୍କ ବିରୋଧରେ ନାରାବାଜି କରିଛନ୍ତି।
ରାଜନଗରରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେମାନେ ଦାବି କରିଛନ୍ତି। ଧ୍ରୁବ ସାହୁଙ୍କୁ ଯଦି ପରିବର୍ତ୍ତନ କରାନଯାଏ, ତେବେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବିରୋଧ କରାଯିବ ବୋଲି ବିରୋଧୀ ଗୋଷ୍ଠୀ କହିଛନ୍ତି।
ଜଣେ କର୍ମୀ କହିଛନ୍ତି-“ରାଜନଗର ନିର୍ବାଚନମଣ୍ଡଳୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ବଦଳା ଯାଉ। ନହେଲେ ଆଗାମୀ ଦିନରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବିରୋଧ କରିବୁ। ଏ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ଜଣାଇବା ପାଇଁ ଆମେ ଆଜି ଆସିଛୁ।”
ଏହାର ଜବାବରେ ଧ୍ରୁବ ସାହୁ କହିଛନ୍ତି-“ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱୀ ବାହାରିବା ସ୍ୱାଭାବିକ। ଏହା ସ୍ୱାଗତଯୋଗ୍ୟ। ମୁଁ ସେମାନଙ୍କୁ ସ୍ୱାଗତ କରିବି। ଆଗାମୀ ଦିନରେ ସମସ୍ତଙ୍କୁ ସାଥୀରେ ନେଇ ନିର୍ବାଚନ ବୈତରଣୀ ପାର ହେବି।”
from Odisha Reporter https://ift.tt/2FLrNQQ
No comments:
Post a Comment