ବିଜେପିରେ ମିଶିବେ ଅର୍ଜୁନ ଓ ରଘୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଜେପିରେ ମିଶିବେ ଅର୍ଜୁନ ଓ ରଘୁ!

BJP1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଦୁଇ ବରିଷ୍ଠ ନେତା ଅର୍ଜୁନ ସେଠୀ ଓ ରଘୁନାଥ ମହାନ୍ତି ଖୁବଶୀଘ୍ର ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ଭଦ୍ରକ ସାଂସଦ ତଥା ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଶ୍ରୀ ସେଠୀ ଆଜି ଆନୁଷ୍ଠାନିକ ଭାବେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ସେହିପରି ବିଜେଡି ଉପସଭାପତି ରଘୁନାଥ ମହାନ୍ତି ମଧ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦିନେ ଦୁଇଦିନ ମଧ୍ୟରେ ବିଜେପିରେ ସାମିଲ ହେବାର ସମ୍ଭାବନା ଅଛି। ଏହି ଦୁଇ ନେତାଙ୍କୁ ଦଳରେ ସାମିଲ କରି ବିଜେପି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିଜର କଳେବର ବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଶ୍ରୀ ସେଠୀ ଓ ଶ୍ରୀ ମହାନ୍ତିଙ୍କୁ ଦୃଷ୍ଟିରେ ରଖି ବିଜେପି ଏପର୍ଯ୍ୟନ୍ତ ଭଦ୍ରକ ଲୋକସଭା ଓ ବସ୍ତା ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିନି।

ମିଳିଥିବା ସୂଚନା ଅନୁସାରେ, ୬ଥରର ସାଂସଦ ଶ୍ରୀ ସେଠୀ ଦଳରେ ତାଙ୍କୁ ଅଣଦେଖା କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖି ଦଳର ସମସ୍ତ ପଦପଦବୀ ଓ ସଦସ୍ୟତାରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଶ୍ରୀ ସେଠୀ ଆଜି ନବୀନଙ୍କୁ ଭେଟିବା ପାଇଁ ୪ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ତାଙ୍କର ସାକ୍ଷାତ ହୋଇପାରିନଥିଲା। ନବୀନ ତାଙ୍କ ପରିବର୍ତ୍ତେ ତାଙ୍କ ପୁଅଙ୍କୁ ଭଦ୍ରକ ଆସନରୁ ଟିକେଟ୍ ଦେବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଟିକେଟ୍ ଘୋଷଣାବେଳେ ଦଳ ତାଙ୍କ କଥା ଭୁଲିଯାଇଥିବା ଶ୍ରୀ ସେଠୀ କ୍ଷୋଭର ସହ କହିଛନ୍ତି। ଦଳୀୟ ଟିକେଟ ପାଇନଥିବାରୁ ଶ୍ରୀ ସେଠୀ ଏବେ ବିଜେପି ଶିବିର ସହ ଯୋଗାଯୋଗ ଆରମ୍ଭ କରିଥିବା ଜଣାପଡ଼ିଛି। ବିଜେପି ଏହି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀଙ୍କ ନାଁ ଏପର୍ଯ୍ୟନ୍ତ ଘୋଷଣା କରିନି। ସମ୍ଭବତଃ ବିଜେପି ଶ୍ରୀ ସେଠୀଙ୍କ ପୁଅଙ୍କୁ ଭଦ୍ରକ ଆସନରୁ ପ୍ରାର୍ଥୀ କରିପାରେ।

ସେହିପରି ବସ୍ତାରୁ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀ ରଘୁନାଥ ମହାନ୍ତି ଶେଷରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ବସ୍ତା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ନଥିବା ଜାଣିବା ପରେ ଶ୍ରୀ ମହାନ୍ତି ଚାପ ସୃଷ୍ଟି କରିବା ନିମନ୍ତେ ନିଗମ ଅଧ୍ୟକ୍ଷ ପଦ ଛାଡ଼ିଥିବା ଜଣାପଡ଼ିଛି। ଶ୍ରୀ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରଵୀନ୍ଦ୍ର ଜେନା ଦୃଢ଼ ବିରୋଧ କରୁଛନ୍ତି। ଯେଉଁଥିପାଇଁ ସେ ବିଜେଡିରୁ ଟିକେଟ ପାଇବାର ସମ୍ଭାବନା କ୍ଷୀଣ। ଶ୍ରୀ ମହାନ୍ତି ମଧ୍ୟ ଗତ କିଛିଦିନ ପୂର୍ବରୁ ବିଜେପି ଶିବିରକୁ ଡିଆଁ ମାରିବା ପାଇଁ ସଜବାଜ ହେଉଥିଲେ। କିନ୍ତୁ ତାଙ୍କୁ ଦଳୀୟ ନେତୃତ୍ୱ ବୁଝାସୁଝା କରି ଅଟକାଇ ଥିଲେ। ତାଙ୍କୁ ଟିକେଟ୍ ମିଳୁନଥିବାରୁ ସେ ନିଜ ଆଡ଼ୁ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ସୂଚନା ମିଳିଛି।

ଯଦି ସବୁକିଛି ଠିକଠାକ୍ ରହେ, ତା’ହେଲେ ଅର୍ଜୁନ ଓ ରଘୁଙ୍କ ଯୋଡ଼ି ବିଜେଡି ପାଇଁ ବାଲେଶ୍ୱର ଓ ଭଦ୍ରକରେ ବିପର୍ଯ୍ୟୟ ଆଣିବ, ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2I0d6ek

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages