
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହିନ୍ଦୋଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆସନ୍ତାକାଲି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ। ତାଙ୍କୁ କଂଗ୍ରେସ ହିନ୍ଦୋଳ ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କର ସମର୍ଥକଙ୍କ ସହ ଆସନ୍ତାକାଲି କଂଗ୍ରେସ ଭବନ ଆସି ସେଠାରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ। ଶ୍ରୀ ନନ୍ଦ ପ୍ରଥମେ ବିଜେପିରେ ସାମିଲ ହେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିଜେପି ତାଙ୍କୁ ହିନ୍ଦୋଳରୁ ଟିକେଟ୍ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସେ କଂଗ୍ରେସରେ ସାମିଲ ହେଉଥିବା ଜଣାପଡ଼ିଛି।
from Odisha Reporter https://ift.tt/2HtKFpN
No comments:
Post a Comment