
ଦୁବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଥିବା ବିରାଟ ୯୨୨ ପଏଣ୍ଟ ସହ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛନ୍ତି। ଭାରତର ଅନ୍ୟତମ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୮୮୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ବୋଲିଂରେ ଭାରତର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟପ-୧୦ରେ ଅଛନ୍ତି। ଜାଡେଜା ଷଷ୍ଠ ଏବଂ ଅଶ୍ୱିନ୍ ଦଶମ ସ୍ଥାନରେ ରହିଛନ୍ତି। ଟିମ୍ ରାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟରେ ସ୍ଥିର ରହିଛି।
ସୋମବାର ଆୟର୍ଲ୍ୟାଣ୍ଡ ବିପକ୍ଷରେ ଐତିହାସିକ ଟେଷ୍ଟ ବିଜୟ ହାସଲ କରିଥିବା ଆଫଗାନିସ୍ତାନର ଖେଳାଳିମାନଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ଉକ୍ତ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୯୮ ଓ ୭୬ ରନ୍ କରିଥିବା ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରେହମତ ଶାହ ୮୮ଟି ସ୍ଥାନ ଉପରକୁ ଉଠି ୮୯ତମରେ ପହଞ୍ଚିଛନ୍ତି। ବୋଲିଂରେ ୟାମିନ ଅହମ୍ମଦଜାଇ ୪୫ଟି ସ୍ଥାନ ଉଠି ୫୦ତମ ଏବଂ ରଶିଦ୍ ଖାନ୍ ୫୦ଟି ସ୍ଥାନ ଉଠି ୬୭ତମ ସ୍ଥାନରେ ପହଞ୍ଚିଛନ୍ତି।
from Odisha Reporter https://ift.tt/2TKW4Ia
No comments:
Post a Comment