
ନୂଆଦିଲ୍ଲୀ: ପାକିସ୍ତାନୀ ‘ଟି’ ବ୍ରାଣ୍ଡ୍ର ଏକ କମର୍ସିଆଲ୍ ବିଜ୍ଞାପନରେ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କୁ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ବିଜ୍ଞାପନରେ ଅଭିନନ୍ଦନ ଯେଉଁ ‘ଟି’ର ବିଜ୍ଞାପନ କରୁଛନ୍ତି, ତାହା ହେଉଛି ପାକିସ୍ତାନର କରାଚିରେ ପ୍ରସ୍ତୁତ ହେଉଥିବା ‘ତପଲ୍ ଟି’। ଏହି ବିଜ୍ଞାପନରେ ଅଭିନନ୍ଦନ ଚା’ ପିଇ ସାରିବା ପରେ ଏହା ବହୁତ ଭଲ ହୋଇଛି ଏବଂ ଶେଷରେ ଧନ୍ୟବାଦ ଜଣାଉଛନ୍ତି। ଏହି ଭିଡିଓଟିକୁ ଅନେକ ଟ୍ୱିଟର୍ ୟୁଜର୍ ଶେଆର୍ କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
Tapal Tea is a tea brand based in Karachi, Pakistan.
Good creativity . pic.twitter.com/eA5AQ0NnPs— Zafar (@Maaachaaa69) March 6, 2019
ନିକଟରେ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଦୁଇଦିନ ନିଜ କବ୍ଜାରେ ରଖିଥିଲା। ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ମାର୍ଚ୍ଚ ୧ରେ ଅଭିନନ୍ଦନ ଭାରତ ଫେରିଥିଲେ।

ପ୍ରକୃତ ସତ କଥା ହେଉଛି, ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ସମୟରେ ପାକିସ୍ତାନ ସେନା ପକ୍ଷରୁ ୨୭ ଫେବୃଆରୀରେ ଏକ ଭିଡିଓ ସୁଟ୍ କରାଯାଇଥିଲା। ଯେଉଁଥିରେ ଅଭିନନ୍ଦନ ଚା’ ପିଉଥିବା ଦେଖିବାକୁ ମିଳିଥିଲା। ଆଉ ଭିଡିଓ ସୁଟ୍ କରୁଥିବା ବ୍ୟକ୍ତି ଜଣକ ଅଭିନନ୍ଦନଙ୍କୁ ‘ଟି’ କିପରି ହୋଇଛି ବୋଲି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରରେ ଅଭିନନ୍ଦନ ‘ଟି ଇଜ୍ ଭେରି ପାଣ୍ଟାଷ୍ଟିକ୍ ଓ ଥ୍ୟାଙ୍କ୍ ୟୁ’ ବୋଲି କହିଥିଲେ।
ତେବେ ପାକିସ୍ତାନରେ ଏହି ଭିଡିଓଟିକୁ ‘ତପଲ୍ ଟି’ରେ ବ୍ୟବହାର କରାଯାଇଛି। ପାକିସ୍ତାନର ଅନେକ ସାମ୍ୱାଦିକ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଏହି ଭିଡିଓଟିକୁ ଶେଆର୍ କରିଛନ୍ତି। ଏପରିକି ଭିଡିଓଟିକୁ ଫେସ୍ବୁକ୍ରେ ମଧ୍ୟ ଶେଆର୍ କରାଯାଇଛି। ଯେଉଁଥିରେ ଅଭିନନ୍ଦନଙ୍କୁ ପାକିସ୍ତାନର ଜଣେ ଆଇକନିକ୍ ଭାବରେ ଦର୍ଶାଯାଇଛି।ତେବେ ପ୍ରକୃତ ସତ କଥା ହେଉଛି ‘ତପଲ୍ ଟି’ ପକ୍ଷରୁ ଏହି କମର୍ସିଆଲ୍ ବିଜ୍ଞାପନକୁ ପ୍ରସ୍ତୁତ କରାଯାଇ ନାହିଁ। କିନ୍ତୁ ଭିଡିଓଟିକୁ ଏଡିଟ୍ କରି ଏପରି କରାଯାଇଛି। ପ୍ରକୃତ ଭିଡିଓଟି ହେଉଛି ‘ତପଲ୍ ଦାନେଦାର୍’।
ଗୁଗୁଲ୍ରେ ଏହାର ପ୍ରକୃତ ଭିଡିଓକୁ ସର୍ଚ୍ଚ କରିବା ପରେ ‘ତପଲ୍ ଦାନେଦାର୍ ଟି’ ବୋଲି ଜଣା ପଡ଼ିଥିଲା। ଯଦି ଆପଣ ଏହି ଭିଡିଓଟିକୁ ଧ୍ୟାନ ପୂର୍ବକ ଦେଖିବେ, ତେବେ ସ୍କ୍ରିନ୍ରେ i@edit ବୋଲି ଲେଖା ରହିଛି। ଯେଉଁଥିରୁ ପରିସ୍କାର ଜଣାପଡ଼ୁଛି ଯେ, ଭିଡିଓଟିକୁ ଏଡିଟ୍ କରି ‘ତପଲ୍ ଟି’ର ବିଜ୍ଞାପନରେ ଦିଆଯାଇଛି।
from Odisha Reporter https://ift.tt/2TxKsr6
No comments:
Post a Comment