ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ଇଞ୍ଜିନ୍‌ ଓ ୩ଟି ବଗି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ଇଞ୍ଜିନ୍‌ ଓ ୩ଟି ବଗି

ମୁମ୍ବାଇ: ରେଳ ସେବାର ଆଉ ଏକ ବିପଦଜ୍ଜନ ସ୍ଥିତି ସାମ୍ନାକୁ ଆସିଛି। ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ରୁ ଆଜି ଇଞ୍ଜିନ୍‌ ଓ ୩ଟି ବଗି ଚଳନ୍ତା ଅବସ୍ଥାରେ ଅଲଗା ହୋଇଯାଇଛି। ବିନା ଇଞ୍ଜିନ୍‌ ଓ ବଗି ଗୁଡ଼ିକ ଅଲଗା ହୋଇଯାଇଥିଲେ ହେଁ ଏଯାଏ କ୍ଷୟକ୍ଷତି ବା ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଆଜି ସକାଳେ ମାନମାଦ-ମୁମ୍ବାଇ ପଞ୍ଚବତୀ ଏକ୍ସପ୍ରେସ ସହ ଏମିତି ଘଟଣା ଘଟିଛି।

ଏହି ଟ୍ରେନ୍‌ରେ ସମୁଦାୟ ୧୨ଟି ବଗି ରହିଥିଲା।  ତେବେ ଏଥିରୁ ଇଞ୍ଜିନ ସହ ୩ଟି ବଗି ହଠାତ୍‌ ଅଲଗା ହୋଇଯାଇଥିଲା। ଥାନେ ଜିଲ୍ଲାର କଲ୍ୟାଣ ଷ୍ଟେସନ୍‌ ଠାରେ ଏଭଳି ଘଟିଛି। କିନ୍ତୁ ଏଭଳି ଅବସ୍ଥାରେ ଟ୍ରେନ୍‌ଟି କେତେ ବାଟ ଯାଇଥିଲା ଏବଂ କେମିତି ଏହା ଅଟକି ଥିଲା, ତାହା ଜଣାପଡ଼ିନାହିଁ।

ବର୍ତ୍ତମାନ ରେଳ କର୍ତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଏକାଧିକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଥିଲା।

ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ମଧ୍ୟ ଇଞ୍ଜିନ୍‌ରୁ ଅଲଗା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ ୧୦ କିମି ବାଟ ଅତିକ୍ରମ କରିଥିଲା।



from Odisha Reporter https://ift.tt/2NLT3RG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages