ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ନାବଳକ ମୃତ, ୨୮ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ନାବଳକ ମୃତ, ୨୮ ଆହତ

ଜମ୍ମୁ: ଜନଗହଳିପୂର୍ଣ୍ଣ ଜମ୍ମୁ ବସଷ୍ଟାଣ୍ଡରେ ଆଜି ସନ୍ଦିଗ୍ଧ ଆତଙ୍କବାଦୀମାନେ ଭୟଙ୍କର ଗ୍ରେନେଡ୍‌ ବିସ୍ଫୋରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୨୮ ଜଣ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମୃତ ନାବାଳକ ଜଣଙ୍କ ନାଁ ମହମ୍ମମଦ ଶରିକ(୧୭)। ତାଙ୍କ ଘର ଉତ୍ତରଖଣ୍ଡର ହରିଦ୍ୱାରରେ। ବିସ୍ଫୋରଣ ପରେ ତାଙ୍କ ଛାତିରେ ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଆଜି ମଧ୍ୟାହ୍ନ ୧୧.୩୦ରେ ଜମ୍ମୁର ହାର୍ଟ କୁହାଯାଉଥିବା ବସ୍‌ଷ୍ଟାଣ୍ଡରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଘନଘନ ଗ୍ରେନେଡ୍‌ ମାଡ଼ କରିଥିଲେ। ଚୀନ୍‌ ନିର୍ମିତ ଗ୍ରେନେଡ୍‌ ଦ୍ୱାରା ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ରେନେଡ୍‌ ବିସ୍ଫୋରଣଟି ବସ୍‌ଷ୍ଟାଣ୍ଡରେ ଥିବା ଦୋକାନ ନିକଟରେ ହୋଇଥିବାରୁ ଏଥିରେ ୩୦ ଜଣ ଆହତ ହୋଇଥିଲେ।

ସମସ୍ତଙ୍କୁ ନିକଟସ୍ଥ ଜିଏମ୍‌ସି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲ୍‌ର ପ୍ରିନ୍ସିପାଲ କହିଛନ୍ତି,     “ବିସ୍ଫୋରଣ ପରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କୁ ଏଠାକୁ ଅଣାଯାଇଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।”

ଜମ୍ମୁର ଇନ୍‌ସପେକ୍ଟର ଜେନେରାଲ ଏମ୍‌କେ ସିହ୍ନା କହିଛନ୍ତି, “ କିଛି ସନ୍ଦିଗ୍ଧ ଆତଙ୍କବାଦୀ ବସ୍‌ଷ୍ଟାଣ୍ଡକୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିବାକୁ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ବିଏସ୍‌ ରୋଡକୁ ସିଲ୍‌ କରିଦିଆଯାଇଛି। ପୁଲିସ୍‌ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭିକୁ ଆଧାର କରି ୧୦ ଜଣଙ୍କୁ ଅଟକ ରଖିଛି।

ବିସ୍ଫୋରଣରେ ରାଜ୍ୟ ପ୍ରଶାସନ ପକ୍ଷରୁ ଚାଲୁଥିବା ଏକ ବସ୍‌ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ଘଟିଛି। ହେଲେ ବିସ୍ଫୋରଣ ସମୟରେ ବୟସ ମଧ୍ୟରେ କୌଣସି ଯାତ୍ରୀ ନଥିଲେ। ସାଂପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାକୁ ଏଭଳି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି।”

ଘଟଣା ପରେ ଜମ୍ମୁର ମୁଖ୍ୟ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସମସ୍ତ ଗାଡ଼ିଗୁଡ଼ିକୁ ତନତନ କରି ଯାଞ୍ଚ କରାଯାଉଛି।



from Odisha Reporter https://ift.tt/2ES8rZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages