
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଦୁର୍ବଳ ହେଉଛି କି ? ବିଗତ କିଛି ଦିନରେ ବରିଷ୍ଠ ନେତାଙ୍କ ଦଳଛଡା ଅଭିମୁଖ୍ୟକୁ ଦେଖି ଏଭଳି କୁହାଯାଉଥିବା ବେଳେ ଆଜି ଏହି କ୍ରମରେ ଯୋଡି ହୋଇଛନ୍ତି କଳାହାଣ୍ଡି ଜିଲାର ଦଳିତ ବିଜେଡି ନେତ୍ରୀ ତଥା ମହିଳା କମିଶନ୍ ସଦସ୍ୟା ତିଳୋତ୍ତମା ନାୟକ। ୨ ଦିନ ତଳେ ପୂର୍ବତନ କେନ୍ଦ୍ରାପଡା ଏମ୍ପି ବୈଜୟନ୍ତ ପଣ୍ଡା ବିଜେପିରେ ମିଶିଥିବା ବେଳେ ଏହାର ଦିନକ ପରେ ଦୈନିକ ଧରିତ୍ରୀର ସମ୍ପାଦକ ତଥା ଢେଙ୍କାନାଳ ଏମ୍ପି ତଥାଗତ ସତପଥୀ ନିର୍ବାଚନ ଲଢିବେନି ବୋଲି ଚାଞ୍ଚଲ୍ୟକର ବୟାନ୍ ଦେଇଥିଲେ। ଶେଷରେ ଆଜି ଶ୍ରୀମତି ନାୟକ ଦଳ ଛାଡିଛନ୍ତି।
ମୁଖ୍ୟମନ୍ତ୍ରୀ ଶୁଣିଲେନି ବୋଲି ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀମତି ନାୟକ। କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତଥା ମହିଳା କମିଶନ୍ ସଦସ୍ୟ ତିଳୋତ୍ତମା ପୂର୍ବରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ତିଳୋତ୍ତମା କହିଥିଲେ ଯେ, ଗତ ଫେବୃୟାରୀ ୨୫ ତାରିଖରେ ନିର୍ବାଚନ ପ୍ରସଙ୍ଗରେ ପ୍ରଣବଙ୍କୁ ଭେଟିବାକୁ ଯାଇଥିବା ବେଳେ ବବି ତାଙ୍କୁ ବିନା କାରଣରେ ଗାଳିଗୁଲଜ କରିବା ସହ ସେଠାରୁ ବାହାର କରିଦେଇଥିଲେ।
ଯାହାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳିଲା ନାହିଁ। ଶେଷରେ ଡାକ ଯୋଗେ ଅଭିଯୋଗପତ୍ର ସେ ପଠାଇଥିଲେ। ହେଲେ ଦୁର୍ଭାଗ୍ୟ ଜଣେ ଦଳିତ ମହିଳା ନେତ୍ରୀଙ୍କୁ ଏଭଳି ଅସଦାଚରଣ କରିଥିଲେ ବି ବିଧାୟକଙ୍କ ବିରୋଧରେ ମୁହଁ ଖୋଲି ନ ଥିଲେ ମୁଖ୍ୟମନ୍ତ୍ରୀ। ନ୍ୟାୟ ଆଶାରେ ଅନେକ ଦିନ ଅପେକ୍ଷା କରିବା ପରେ ବିଜେଡି ଦଳୀୟ କାର୍ଯ୍ୟାଳୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ତାଙ୍କ ପ୍ରତି କୌଣସି ନ୍ୟାୟୋଚିତ ପଦକ୍ଷେପ ନିଆଗଲା ନାହିଁ। ଶେଷରେ ହିତୋତ୍ସାହିତ ହୋଇ ତିଳୋତ୍ତମା ଆଜି ଦଳ ଛାଡିଛନ୍ତି।
from Odisha Reporter https://ift.tt/2H5VSN1
No comments:
Post a Comment