ଗୋଟିଏ ଦେଶ, ଦୁଇଟି ଋତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଗୋଟିଏ ଦେଶ, ଦୁଇଟି ଋତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଗୋଟିଏ ସମୟରେ ହିଁ ଭାରତର ଦୁଇ ଭାଗରେ ଦୁଇ ପ୍ରକାର ଋତୁ ଅନୁଭୂତ ହେଉଛି। ଉତ୍ତର ଭାରତରେ ଏପର୍ଯ୍ୟନ୍ତ ଶୀତ ସରିନଥିବାବେଳେ ଫେବୃଆରୀ ଏବଂ ମାର୍ଚ୍ଚ ପ୍ରାରମ୍ଭରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ (WD) ପ୍ରଭାବରେ ଦକ୍ଷିଣ ଭାରତରେ ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇସାରିଛି।

ପୂର୍ବରୁ ତାମିଲନାଡ଼ୁ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ରୟାଲସୀମାରେ ୨ ଦିନ ଧରି ତାପମାତ୍ରା ଉଚ୍ଚ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଳନା କରାଯାଇଥିଲା। ଏହା ପରେ ଲଗାତାର ଦୁଇଦିନଧରି ସ୍ଥଳ ଭାଗରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ ରହିଛି।

ସୂଚନାଯୋଗ୍ୟ ଯେ, ବଜ୍ରପାତ ଏବଂ ଭୂକମ୍ପକୁ ବାଦ୍ ଦେଲେ ଭାରତରେ ସବୁଠାରୁ ଅଧିକ ଲୋକ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ୱେଭ୍‌ କାରଣରୁ ମୃତ୍ୟୁବରଣ କରିଥାନ୍ତି। କିନ୍ତୁ ଭାରତ ସରକାର ଏହାକୁ ‘ପ୍ରାକୃତିକ ବିପର୍ଯ୍ୟୟ’ ତାଲିକାରେ ସାମିଲ କରିନାହାନ୍ତି। ୨୦୧୬ରେ ପ୍ରଥମ ଥର ପାଇଁ ଗ୍ରୀଷ୍ମ ପ୍ରବାହ ବାବଦରେ ସତର୍କବାଣୀ ଜାରି କରାଯାଇଥିଲା।

ମାର୍ଚ୍ଚ ୬ ତାରିଖରେ ତାମିଲନାଡ଼ୁର ଧରମପୁରୀ ଷ୍ଟେସନ୍‌ରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍‌ ଥିଲା। ଏହି ଅଞ୍ଚଳରେ ମାର୍ଚ୍ଚ ମାସରେ ଏହା ସର୍ବାଧିକ ତାପମାତ୍ରା। ୧୯୯୬ରେ ଏହି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଥିଲା।

ସେହିଭଳ ଭେଲୋର ଏବଂ ଥିରୁଅନନ୍ତପୁରମ୍‌ରେ ଯଥାକ୍ରମେ ୪୦.୬ ଏବଂ ୪୦.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିଥିବାବେଳେ ହିମାଳୟ ପାଦଦେଶରେ ଏବଂ ବିଶେଷ କରି ଜମ୍ମୁକଶ୍ମୀରରେ ତୁଷାରପାତ ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/2VHEvoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages