
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଭାରତୀୟ ପାଇଲ୍ ଅଭିନନ୍ଦନ ବର୍ତମାନ ଆଜି ପାକିସ୍ତାନ କବଳରୁ ମୁକ୍ତି ପାଇ ଭାରତ ଫେରୁଛନ୍ତି। ଏହି ଖୁସିରେ ଢ଼େଙ୍କାନାଳର ବିଭିନ୍ନ ଚା’ ଦୋକାନରେ ଆଜି ମିଳୁଛି ମାଗଣା ଚା’। ଢେଙ୍କାନାଳ ଗଣେଶ ବଜାରର ପର୍ଶୁ ଟି ଷ୍ଟଲ୍, ଟୁକୁନା ଟି ଷ୍ଟଲ୍ , ଷ୍ଟାଡ଼ିୟମ ନିକଟସ୍ଥ ସିନି ଚା’ ଦୋକାନ ଓ କୃଷ୍ଣ ଚା’ ଦୋକାନ ଆଦିରେ ମାଗଣାରେ ଚା’ ମିଳୁଛି। ଏଥିରୁ ଭାରତୀୟଙ୍କର ଦେଶଭକ୍ତିର ପରିଚୟ ମିଳୁଛି ବୋଲି ଲୋକେ କହିଛନ୍ତି। ଏଥି ସହିତ ଭାରତ ମାତା କି ଜୟ ନାରା ସହିତ ଚା ପିଇବାର ମଜା ଉଠାଉଛନ୍ତି ଲୋକେ।
from Odisha Reporter https://ift.tt/2UfLxRl
No comments:
Post a Comment