ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ସପୋର୍ଟ କରି ଟ୍ରଲ୍‌ ହେଲେ ଅଲ୍ଲୀ ଜଫର, ସପକ୍ଷରେ ଆସିଲେ ତାପ୍‌ସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ସପୋର୍ଟ କରି ଟ୍ରଲ୍‌ ହେଲେ ଅଲ୍ଲୀ ଜଫର, ସପକ୍ଷରେ ଆସିଲେ ତାପ୍‌ସୀ

tapsee

ମୁମ୍ବାଇ:  ଭାରତ ଚାପରେ ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶେଷରେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ୍‌ଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଛନ୍ତି। ଇମ୍ରାନଙ୍କ ଏହି ନିଷ୍ପତ୍ତିରେ ଭାରତୀୟ ଲୋକ ଖୁବ୍‌ ଖୁସି ଅଛନ୍ତି। ପାକିସ୍ତାନୀ କଳାକାର ବି ଇମ୍ରାନ୍‌ଙ୍କ ଖୁବ୍‌ ପ୍ରଶଂସା କରୁଛନ୍ତି।

ବଲିଉଡ୍‌ର ଅନେକ ଫିଲ୍ମରେ କାମ କରିଥିବା ଅଭିନେତା ଅଲ୍ଲୀ ଜଫର ଟ୍ଵିଟ୍‌ କରି ଇମ୍ରାନ୍‌ ଖାନ୍‌ଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। କିନ୍ତୁ  ଏଥିପାଇଁ ତାଙ୍କୁ ଭାରତରେ ଟ୍ରଲ୍‌ ହେବାକୁ ପଡ଼ିଛି। ଅଲ୍ଲୀ ଜଫର୍‌ଙ୍କୁ ଟ୍ରଲ୍‌ ପରେ ତାଙ୍କୁ ସପୋର୍ଟ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ। ସେ ଅଲ୍ଲୀ ଜଫର୍‌ଙ୍କ ସହ ଫିଲ୍ମ ‘ଚସ୍ମେ ବଦ୍ଦୁର’ରେ କାମ କରିଛନ୍ତି।

ଏକ ସାକ୍ଷାତକାରରେ ତାପସୀ ନିଜ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘‘ଅଲ୍ଲୀଙ୍କୁ ଏମିତି ଟ୍ରଲ କରିବା କଥା ମୋତେ କିଛି ବୁଝା ପଡ଼ୁନି। କ’ଣ ଆପଣ ଅଲ୍ଲୀଙ୍କଠାରୁ ଆଶା ରଖୁଛନ୍ତି କି ସେ ପାକିସ୍ତାନୀ ହେବା ସତ୍ତ୍ଵେ ବି ଏମିତି ଅନ୍ୟ ଏକ ଦେଶକୁ ସପୋର୍ଟ କରିବେ, ଯାହାର କି ସେ ଅଂଶ ନୁହନ୍ତି। ଏମିତିରେ ବି ତାଙ୍କୁ ପ୍ରଥମରୁ ଭାରତରେ ବ୍ୟାନ୍‌ କରିଦିଆଯାଇଛି।”

ସୂଚନାଯୋଗ୍ୟ ଯେ, ପୁଲ୍‌ୱାମା ଆଟାକ୍‌ ପରେ ଭାରତ ପାକିସ୍ତାନ୍‌ ଉପରେ ପ୍ରତିଶୋଧ ନେବା କଥା କହିଥିଲେ। ଏହାପରେ ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଟିଭି ଏବଂ ରେଡିଓ ଜରିଆରେ ପାକିସ୍ତାନୀମାନଙ୍କୁ ସମ୍ବୋଧନ କରି କହିଥିଲେ, “କୌଣସି ପ୍ରମାଣ ନ ଥାଇ ଭାରତ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରୁଛି। ଯାହା ଅତ୍ୟନ୍ତ ନୀନ୍ଦନୀୟ । ଯଦି ଭାରତ ଏହି ଘଟଣାକୁ ନେଇ ପାକସ୍ତାନ ଉପରେ ଆକ୍ରମଣ କରେ, ତେବେ ଆମେ ଚୁପ୍‌ ବସିବୁ ନାହିଁ । ଆମେ ମଧ୍ୟ ପ୍ରତି ଆକ୍ରମଣ କରିବୁ” ।

ଇମ୍ରାନ୍‌ଙ୍କ ଏହି ଭାଷଣରେ ଅଲ୍ଲିୀ ଲେଖିଥିଲେ, ‘ହ୍ଵାଟ୍‌ ଏ ସ୍ପିଚ୍‌’। ଯେଉଁଥିପାଇଁ ଭାରତୀୟ ଯୁଜର ତାଙ୍କୁ ଖୁବ୍‌ ଟ୍ରଲ କରିବା ସହ ଅଭିନେତାଙ୍କୁ ପରେସ୍‌ ରାୱଲ୍‌ ବି ‘ଏବେ ମୁଁ ସ୍ପିଚ୍‌ଲେସ୍‌ ଅଛି ବୋଲି ଲେଖିଥିଲେ।

 

 



from Odisha Reporter https://ift.tt/2BZ9hSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages