ମେଣ୍ଟ ସତ୍ତ୍ୱେ କଂଗ୍ରେସ ଓ ଜେଡିଏସ୍‌ ପରସ୍ପର ବିରୋଧରେ ଲଢ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ମେଣ୍ଟ ସତ୍ତ୍ୱେ କଂଗ୍ରେସ ଓ ଜେଡିଏସ୍‌ ପରସ୍ପର ବିରୋଧରେ ଲଢ଼ିବେ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଏବେ ରାଜନୀତିକ ପାଣିପାଗ ରୋଚକ ସ୍ଥିତିରେ ପହଞ୍ଚିଛି। ଉଭୟ କଂଗ୍ରେସ ଓ ଜେଡିଏସ୍‌ ଏକାଠି ସରକାର ଗଠନ କରିବା ସହ ଆସନ୍ତା ଲୋକସଭା ନିର୍ବାଚନ ମଧ୍ୟ ମିଳିତ ଭାବେ ଲଢ଼ିବାକୁ ମେଣ୍ଟ କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଉଭୟ କଂଗ୍ରେସ ଓ ଜେଡିଏସ୍‌ ପ୍ରାର୍ଥୀ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ଦେଇଛନ୍ତି।

ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବେଗୌଡ଼ାଙ୍କୁ କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରିଛି। ଦେବେଗୌଡ଼ା ଆଜି ଆସନ୍ତା ଲୋକସଭା ପାଇଁ ଦକ୍ଷିଣ କର୍ଣ୍ଣାଟକାର ଟୁମକୁର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ତାଙ୍କ ବିରୋଧରେ ସ୍ଥାନୀୟ କଂଗ୍ରେସ ସାଂସଦ ଏସ.ପି ମୁଦ୍ଦାହନୁମେଗୌଡ଼ା ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ସହ ମେଣ୍ଟ କରିବା ବେଳେ ଟୁମକୁର ଆସନ ଜେଡିଏସ୍‌ ଭାଗରେ ପଡ଼ିଥିଲା।

କିନ୍ତୁ ସ୍ଥାନୀୟ ସାଂସଦ ତଥା କଂଗ୍ରେସ ନେତା ଏସ୍‌ପି ମୁଦ୍ଦାନୁମେଗୌଡ଼ା ଏହାକୁ ବିରୋଧ କରିଥିଲେ। ଜେଡିଏସ୍‌ ଏହି ଆସନରୁ ଦେବେଗୌଡ଼ାକୁ ପ୍ରାର୍ଥୀ କରିଥିବା ବେଳେ ସାଂସଦ ମଧ୍ୟ ଏଠାରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କଂଗ୍ରେସ ପକ୍ଷରୁ ସାଂସଦ ମୁଦ୍ଦାନୁମେଗୌଡ଼ାଙ୍କୁ ବୁଝା ଯାଇଥିଲେ ହେଁ ସେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ସେ କହିଛନ୍ତି, “ ମୁଁ ଏବେ ଏଠାରେ ସାଂସଦ ରହିଛି। ଆଶା କରିଥିଲି ଏଥର ମଧ୍ୟ ଏହି ଆସନରୁ ମୋତେ ଟିକେଟ୍‌ ମିଳିବ। ହେଲେ ସେମିତି ହେଲାନାହିଁ। ଏଠାରେ ମୁଁ ହିଁ ଛିଡ଼ା ହେବି। ଲୋକ ମୋ ସାଙ୍ଗରେ ରହିଛନ୍ତି।”

ଗତଥର ଦେବେଗୌଡ଼ା ହାସନ ଓ ମାଣ୍ଡ୍ୟା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହି ଦୁଇ ଆସନକୁ ସେ ନିଜର ଦୁଇ ଜଣ ନାତିଙ୍କୁ ଦେଇଦେଇଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ମାଣ୍ଡ୍ୟା ଆସନରୁ ତାଙ୍କ ପୁଅ ନିଖିଲ ଛିଡ଼ା ହୋଇଥିଲେ ହେଁ ଏହାକୁ କିଛି କଂଗ୍ରେସ କର୍ମୀ ବିରୋଧ କରୁଥିବା ସେ କହିଛନ୍ତି। ଏଥିସହ କଂଗ୍ରେସ ପଛପଟୁ ଛୁରା ମାରୁଛି ବୋଲି ମଧ୍ୟ କହି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2Tv4Q8m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages