ନୋବେଲ୍‌ ପାଇଁ ଇମ୍ରାନ୍‌ଙ୍କ ଇଚ୍ଛା ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ନୋବେଲ୍‌ ପାଇଁ ଇମ୍ରାନ୍‌ଙ୍କ ଇଚ୍ଛା ନାହିଁ

ଇସ୍‌ଲାମାବାଦ: ତଥାକଥିତ ଶାନ୍ତିର ବାର୍ତ୍ତା ଦେଇ ଅନ୍ୟ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କିଛି ଲୋକ ନୋବେଲ୍‌ ଶାନ୍ତି ପୁରସ୍କାର ଦେବାକୁ ଦାବି କରିଛନ୍ତି।

ଇମ୍ରାନ୍‌ ଭିତରେ ଭିତରେ ଏଥିପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହେଁ ସର୍ବସମ୍ମୁଖରେ କିନ୍ତୁ ଅଲଗା କଥା କହିଛନ୍ତି। ଆଜି ଇମ୍ରାନ୍‌ ଟ୍ୱିଟ୍‌ କରି କହିଛନ୍ତି, “ ମୁଁ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ। ଯିଏ କଶ୍ମୀର ସମସ୍ୟା ସମାଧାନ କରିବାରେ ସହାୟକ ହେବ, ସେ ହିଁ ନୋବେଲ ପୁରସ୍କାର ପାଇବାର ଅସଲ ହକଦାର। କଶ୍ମୀରବାସୀଙ୍କ ସ୍ୱାର୍ଥ ଓ ଶାନ୍ତି ସ୍ଥାପନ କରି ବିକାଶର ପଥ ଯିଏ ପରିଷ୍କାର କରିପାରିବ, ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବ।”

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଅନ୍‌ଲାଇନ୍‌ରେ ୩ ଲକ୍ଷ ଲୋକ ଏକ ତଥାକଥିତ ପିଟିସନ୍‌କୁ ଦସ୍ତଖତ କରି ପ୍ରଚାର କରିବାରେ ଲାଗିଛନ୍ତି। ପାକିସ୍ତାନ ଯୁଦ୍ଧ ବିମାନର ମୁକାବିଲା କରି ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ପିଓକେକୁ ଚାଲିଯାଇଥିଲେ।

ସେଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥାକଥିତ ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ତାଙ୍କୁ ମୁକ୍ତ କରିଥିଲେ। ସେବେଠାରୁ ଇମ୍ରାନ୍‌ଙ୍କୁ ତାଙ୍କ ଦେଶର ଲୋକମାନେ ଶାନ୍ତିର ଦୂତ ବୋଲି କହି ନୋବେଲ୍‌ ଦେବାକୁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ପାକିସ୍ତାନ ସଂସଦରେ ମଧ୍ୟ ଇମ୍ରାନ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା।



from Odisha Reporter https://ift.tt/2XEfahh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages