ପାକିସ୍ତାନର ଦୋ ମୁହାଁ ନୀତି: ବ୍ୟାନ୍‌ ହୋଇନି ହାଫିଜର ଦୁଇ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପାକିସ୍ତାନର ଦୋ ମୁହାଁ ନୀତି: ବ୍ୟାନ୍‌ ହୋଇନି ହାଫିଜର ଦୁଇ ସଂଗଠନ

ଇସ୍‌ଲାମାବାଦ: ମିଛ କଥା କହି ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରିବାରେ ଓସ୍ତାଦ ପାକିସ୍ତାନର ଅସଲ ମୁଖା ପୁଣିଥରେ ଖୋଲି ଯାଇଛି। କିଛି ଦିନ ତଳେ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦର ଦୁଇ ସଂଗଠନ ଜେୟୁଡି ଓ ଏଫ୍‌ଆଇଏଫ୍‌କୁ ବ୍ୟାନ୍‌ କରିଥିବା ଘୋଷଣା କରିଥିଲେ। ହେଲେ ଏବେ ପାକିସ୍ତାନ ସରକାର ଏହି ଦୁଇ ସଂଗଠନକୁ ବ୍ୟାନ୍‌ ନୁହେଁ ବରଂ ୱାଚ୍‌ଲିଷ୍ଟ ବା ସନ୍ଦେହଜନକ ତାଲିକାରେ ରଖିଥିବା ଜଣାପଡ଼ିଛି। ବିଶ୍ୱ ସମୁଦାୟ ହାଫିଜ୍‌କୁ ଆତଙ୍କବାଦୀ ଘୋଷଣା କରି ସାରିଥିଲେ ହେଁ ପାକିସ୍ତାନ ତା’ର ସଂଗଠନକୁ ଏଯାଏ ବ୍ୟାନ୍‌ କରିନାହିଁ।

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଆଜି ନ୍ୟାଶନାଲ୍‌ କାଉଣ୍ଟର ଟେରରିଜମ୍‌କୁ ଦେଇଥିବା ତଥ୍ୟ ଅନୁଯାୟୀ, ହାଫିଜ୍‌ର ଦୁଇଟି ଯାକ ସଂଗଠନ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇ ନାହିଁ। ବରଂ ଏହି ଦୁଇ ସଂଗଠନର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ଏଥିରେ କୁହାଯାଇଛି, ଆତଙ୍କବାଦ ବିରୋଧ ଆଇନ୍‌ ୧୯୯୭ ଅନୁଯାୟୀ ସେଡ୍ୟୁଲ ୧ରେ ଥିବା ୬୮ଟି ସଂଗଠନକୁ ସଂପୂର୍ଣ୍ଣ ଭାବେ ବ୍ୟାନ୍‌ କରାଯାଇଛି। କିନ୍ତୁ ସେଡ୍ୟୁଲ-୨ରେ ହାଫିଜର ଜେୟୁଡି ଓ ଏଫ୍‌ଆଇଏଫ୍‌ ରହିଥିବାରୁ ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ୍‌ କରାଯାଇ ନାହିଁ।

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାରୁ ଏଫ୍‌ଏଟିଏଫ୍‌ ଦେଶକୁ ‘ଗ୍ରେ ଲିଷ୍ଟ’ରେ ରଖିଛି। ଅର୍ଥାତ ପାକିସ୍ତାନ କାର୍ଯ୍ୟକଳାପ ଉପରେ ଏହି ଅନ୍ତର୍ଜାତୀୟ ସଂସ୍ଥାର ନଜର ରହିଛି। ଫେବୃଆରୀ ୨୧ରେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ବ୍ଲାକ ଲିଷ୍ଟ କରିବାକୁ ବିଚାର କରିଥିଲା। କିନ୍ତୁ ଏହାକୁ ଦୃଷ୍ଟିରେ ରଖି ତଥା ଏଫ୍‌ଏଟିଏଫ୍‌କୁ ବୋକା ବନାଇବାକୁ ପାକିସ୍ତାନ ସରକାର ହାଫିଜର ଜେୟୁଡି ଓ ଏଫ୍‌ଆଇଏଫ୍‌କୁ ବ୍ୟାନ୍‌ କରିଥିବା ଘୋଷଣା କରିଥିଲେ। ହେଲେ ଏବେ ପାକିସ୍ତାନର ମିଛ ଧରା ପଡ଼ିଯାଇଛି।

୨୦୧୭ ଜାନୁଆରୀ ମାସରୁ ହାଫିଜର ଜେୟୁଡି ଓ ଏଫ୍‌ଆଇଏଫ୍‌କୁ ୱାଚ୍‌ ଲିଷ୍ଟରେ ରଖିଛି। ୨୦୧୮ ଫେବୃଆରୀ ୮ରେ ଏହି ଲିଷ୍ଟ ଅପ୍‌ଡେଟ୍‌ ହୋଇଥିଲା। ତଥାପି ପାକିସ୍ତାନ ସରକାର ହାଫିଜ୍‌ର ସଂଗଠନକୁ ବ୍ୟାନ୍‌ କରି ନଥିଲେ। ପୂର୍ବଭଳି ଦୁଇ ସଂସ୍ଥା ୱାଚ୍‌ଲିଷ୍ଟରେ ରହିଥିଲେ। କିନ୍ତୁ ନିକଟରେ ପାକିସ୍ତାନ ସରକାର ଏହି ଦୁଇ ସଂସ୍ଥାକୁ ବ୍ୟାନ୍‌ କରିଥିବା କହିଥିଲେ। ଏବେ ସେହି ମିଛ ଉପରୁ ପରଦା ହଟି ଅସଲ କଥା ସାମ୍ନାକୁ ଆସିଛି।



from Odisha Reporter https://ift.tt/2SHIFLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages