ଇସ୍ତଫା ଦେଲେ କର୍ଣ୍ଣାଟକା କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଇସ୍ତଫା ଦେଲେ କର୍ଣ୍ଣାଟକା କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକାର କଂଗ୍ରେସ ବିଧାୟକ ଉମେଶ ଯାଦବ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ବିଧାୟକ ପଦକୁ ମଧ୍ୟ ବାଏବାଏ କହିଛନ୍ତି। କର୍ଣ୍ଣାଟକାରେ ମେଣ୍ଟ ସରକାରରେ ବିବାଦ ସୃଷ୍ଟି ହେବା ଦିନଠାରୁ ଉମେଶ ନିଖୋଜ ହୋଇଯାଇଥିଲେ।

ଆଜି ସେ କର୍ଣ୍ଣାଟକା ବିଧାନସଭା ବାଚସ୍ପତିଙ୍କୁ ସାକ୍ଷାତ କରି ନିଜ ପଦରୁ ଇସ୍ତଫା ଦେଇଥିଲେ। ଉମେଶଙ୍କ ଇସ୍ତଫା ବିଜେପି ପ୍ରାୟୋଜିତ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଉମେଶ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚିଞ୍ଚୋଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ସେ ଇସ୍ତଫା ଦେଇଥିଲେ ହେଁ ଏହାର କାରଣ କହିନାହାନ୍ତି। ଉମେଶ ଯାଦବ ଓ ଅନ୍ୟ ୩ ଜଣ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଆୟୋଜିତ ବୈଠକରେ ଯୋଗଦେଇ ନଥିଲେ। ସେମାନଙ୍କୁ ଗତମାସରେ ବେଙ୍ଗାଲୁରୁର ଏକ ହୋଟେଲ ମଧ୍ୟରୁ ଠାବ କରାଯାଇଥିଲା।

ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କୁ ସୁପାରିସ ମଧ୍ୟ କରାଯାଇଥିଲା।

ଆଜିର ଇସ୍ତଫା ପରେ କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, “ଉମେଶ ଯାଦବ ପୂର୍ବରୁ ବିଜେପି ନିକଟରେ ବିକ୍ରି ହୋଇ ସାରିଥିଲେ। ସେ ନିଜର ସ୍ୱାର୍ଥ ପାଇଁ କଂଗ୍ରେସ ଛାଡ଼ିଛନ୍ତି। ତାଙ୍କୁ ଧୋକାବାଜ କହିଲେ ଭୁଲ ହେବନାହିଁ।”



from Odisha Reporter https://ift.tt/2SJ3Pce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages