କଂଗ୍ରେସକୁ ଝଟ୍‌କା: ମହାରାଷ୍ଟ୍ରରେ ମେଣ୍ଟ କଲେ ସପା-ବିଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

କଂଗ୍ରେସକୁ ଝଟ୍‌କା: ମହାରାଷ୍ଟ୍ରରେ ମେଣ୍ଟ କଲେ ସପା-ବିଏସ୍‌ପି

ମୁମ୍ବାଇ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଦେଇଛନ୍ତି ବୁଆ ମାୟାବତୀ ଏବଂ ବବୁଆ ଅଖିଲେଶ ଯାଦବ। ଉଭୟ ପୂର୍ବ ରାଜ୍ୟଗୁଡ଼ିକ ଭଳି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ମାୟାବତୀଙ୍କ ବହୁଜନ ସମାଜବାଦ ପାର୍ଟି(ବିଏସ୍‌ପି) ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ସମସ୍ତ ୪୮ଟି ଆସନରେ ପ୍ରାର୍ଥୀ ଦେବେ। ମହାରାଷ୍ଟ୍ରରେ କଂଗ୍ରେସ ଶରଦ ପାୱାରଙ୍କ ଏନ୍‌ସିପି ସହ ମେଣ୍ଟ କରିଛି। ହେଲେ ଏବେ ଭୋଟ୍‌ ବିଭାଜନର ଆଶଙ୍କା ପ୍ରକାଶ ପାଇଛି।

କାରଣ ସପା ମାୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରିଥିବା ବେଳେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍‌ଆଇଏମ୍‌ ପ୍ରକାଶ ଆମ୍ବେଦକରଙ୍କ ଭିବିଏ ସହ ମେଣ୍ଟ କରିଛି। ତେଣୁ ମହାରାଷ୍ଟ୍ରରେ ଥିବା ଦଳିତ ଓ ମୁସଲିମ୍‌ ଭୋଟ୍‌ ଏବେ ବିଭାଜନ ହେବାର ଆଶଙ୍କା ପ୍ରକାଶ ପାଇଛି। ଯାହା କଂଗ୍ରେସର ଚିନ୍ତାକୁ ବଢ଼ାଇ ଦେଇଛି।

ମହାରାଷ୍ଟ୍ରର ଜନସଂଖ୍ୟା ୧୧.୨୪ କୋଟି ହୋଇଥିବା ବେଳେ ଏହାର ୧୧.୫୬% ଅର୍ଥାତ ୧.୩ କୋଟି ଲୋକ ହେଉଛନ୍ତି ମୁସଲିମ୍‌।

ସପା-ବିଏସ୍‌ପି ସମସ୍ତ ୪୮ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଖୁବ୍‌ଶୀଘ୍ର ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ତେବେ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାୟାବତୀଙ୍କ ବିଏସ୍‌ପି ୪୮ଟି ଲୋକସଭା ଆସନରୁ ୪୫ଟି ଓ ଅଖିଲେଶ ଯାଦବଙ୍କ ସପା ମାତ୍ର ୩ଟି ଆସନରେ ପ୍ରାର୍ଥୀ ଦେବ। କିନ୍ତୁ ସପା ଆଉ କିଛି ସିଟ୍‌ରେ ପ୍ରାର୍ଥୀ ଦେବାକୁ ବିଏସ୍‌ପି ସହ ଆଲୋଚନା କରୁଥିବା ମଧ୍ୟ ଖବର ମିଳିଛି।

ମହାରାଷ୍ଟ୍ର ସପା ମୁଖ୍ୟ ତଥା ବିଧାୟକ ଅବୁ ଅସିମ ଅଜମି କହିଛନ୍ତି, “ ଉଭୟ କଂଗ୍ରେସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କଂଗ୍ରେସ ସହ ମେଣ୍ଟ କରିବାକୁ ଆମେ ବହୁତ ଚେଷ୍ଟା କରିଥିଲୁ। ହେଲେ କଂଗ୍ରେସ ମେଣ୍ଟ କଲେ ହିଁ ସପାକୁ ଗୋଟିଏ ହେଲେ ସିଟ୍ ଛାଡ଼ିବାକୁ ପ୍ରସ୍ତୁତ ହୋଇ ନଥିଲା। ତେଣୁ ଏବେ ସପା-ବିଏସ୍‌ପି ମେଣ୍ଟ କରି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବେ।”

ଏହାପୂର୍ବରୁ କଂଗ୍ରେସ ଉତ୍ତର ପ୍ରଦେଶରେ ସପା ଓ ବିଏସପି ସହ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ହେଲେ ଏଠାରେ କଂଗ୍ରେସକୁ ମେଣ୍ଟରୁ ବାଦ୍ ଦିଆଯାଇଥିଲା।

ସପା-ବିଏସ୍‌ପି ଓ ଆର୍‌ଏଲ୍‌ଡି ଏକାଠି ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ମେଣ୍ଟ ଅନୁଯାୟୀ, ବିଏସ୍‌ପି ୩୮, ସପା ୩୭ ଓ ଆରଏଲ୍‌ଡି ୩ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ସପା ୩ଟି ଓ ବିଏସ୍‌ପି ୨୬ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଛି। ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନରୁ ସପା ଗୋଟିଏ ଓ ବିଏସ୍‌ପି ୪ଟି ଆସନରେ ଲଢ଼ିବ।



from Odisha Reporter https://ift.tt/2OeUiJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages