ଦ. କୋରିଆ: ମୋଟେଲରୁ ହେଉଥିଲା ୮୦୦ ଯୋଡ଼ିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ସିଧାପ୍ରସାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଦ. କୋରିଆ: ମୋଟେଲରୁ ହେଉଥିଲା ୮୦୦ ଯୋଡ଼ିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ସିଧାପ୍ରସାରଣ

ସିଓଲ : ଦକ୍ଷିଣ କୋରିଆର ବିଭିନ୍ନ ଲଭ୍‌ ମୋଟେଲମାନଙ୍କରେ ରହିବାକୁ ଆସୁଥିବା ୮୦୦ରୁ ଊର୍ଦ୍ଧ୍ୱ କୋରିଆ ଯୋଡ଼ିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସ୍ପାଇକ୍ୟାମ୍‌ ଯୋଗେ ଲାଇଭ୍‌ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି ସିଓଲ ପୁଲିସ୍। କୋରିଆରେ ଏଭଳି ବାରମ୍ବାର ଘଟୁଥିବାବେଳେ ଏତେ ସଂଖ୍ୟାରେ ଏହା ଘଟିବା ଘଟଣା କୋରିଆ ପୁଲିସ୍‌ର ନିଦ ହଜାଇ ଦେଇଛି।

ପୂର୍ବରୁ କୋରିଆରେ ‘ମୋଲକା’ ବା ସ୍ପାଇକ୍ୟାମ୍‌ ଜରିଆରେ ସ୍କୁଲ ଏବଂ ଶୌଚାଳୟ ଆଦି ସ୍ଥାନର ଭିଡିଓ ରେକର୍ଡ ହୋଇ ଭାଇରାଲ ହେବାର ଦେଶକୁ କୁଖ୍ୟାତି ଆଣି ଦେଇଛି। ଆଉ ଏବେ ଏହାର ଟାର୍ଗେଟ ପାଲଟିଛନ୍ତି ଦମ୍ପତିମାନେ। ପୁଲିସ୍ ସୂଚନା ଅନୁଯାୟୀ, ୩୦ଟି ମୋଟେଲର ୪୨ଟି ରୁମ୍‌ରେ ଖଞ୍ଜାଯାଇଥିଲା କ୍ୟାମେରା। ହେୟାର ଡ୍ରାଏର, କାନ୍ଥ ଏବଂ ଡିଜିଟାଲ ଟିଭି ବକ୍ସରେ ଏପରି କ୍ୟାମେରା ଲଗାଯାଇଥିଲା। ଆଉ ଏସବୁ ଭିଡିଓକୁ ବିଭିନ୍ନ ୱେବ୍‌ସାଇଟ୍ ଜରିଆରେ ୨୪ ଘଣ୍ଟା ସିଧାପ୍ରସାରଣ କରାଯାଉଥିଲା। ଏହିଭଳି ‘ହଟ୍’ ଭିଡିଓ ଦେଖିବାକୁ ୪୪ ଡଲାର ଯାଏ ଦେଇ ୪ ହଜାର ଲୋକ ସବ୍‌ସ୍କ୍ରାଇବ୍‌ କରିଥିଲେ। ଗତ ୩ ମାସରେ ୮୦୦ ଦମ୍ପତିଙ୍କ ଇଜ୍ଜତ ଏହି ବାଟରେ ସର୍ବସାଧାରଣରେ ବିକ୍ରି ହୋଇଥିବା ଅଭିଯୋଗ ଆସିଛି। ଏଭଳି ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିମାନେ ମୋଟା ଅଙ୍କର ରୋଜଗାର କରିଥିଲେ।

ଏଭଳି ସ୍ପାଇକ୍ୟାମ୍‌ ସମ୍ପର୍କିତ ମାମଲାରେ ୨୦୧୭ ମସିହାରେ ୫୪୦୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଜେଲ୍‌ଦଣ୍ଡ ଭୋଗିଛନ୍ତି। ଗତ ବର୍ଷ #MeToo ଅଭିଯାନ ଚାଲିଥିବା ବେଳେ ଏପରି ସ୍ପାଇକ୍ୟାମ୍‌ ଭିଡିଓକୁ ଦକ୍ଷିଣ କୋରିଆର ମହିଳାମାନେ ବିରୋଧ କରିଥିଲେ। ଜଣେ ମହିଳା ଲେଖିଥିଲେ, ଏବେ ମୁଁ ଅନୁଭବ କରୁଛି, ମୁଁ କୋଉଠି ବି ସୁରକ୍ଷିତ ନୁହେଁ, ସତରେ କୋଉଠି ବି। ପରିବାର ଏବଂ ସାଙ୍ଗ ସାଥୀଙ୍କଠାରୁ ଦୂରରେ ତଥା କମ୍‌ ଖର୍ଚ୍ଚରେ ସମୟ ବିତାଇବାକୁ ସୁଯୋଗ ମିଳିଯାଉଥିବାରୁ ଏହି ମୋଟେଲଗୁଡ଼ିକ ଏବେ ଦକ୍ଷିଣ କୋରିଆରେ ଲୋକପ୍ରିୟ ହେଉଛି।



from Odisha Reporter https://ift.tt/2JuxxCA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages