ଟିକଟ ଅଙ୍କ କଷା ଛିଣ୍ଡୁନି, ଛକପଞ୍ଝାରେ ବିଜେଡ଼ି-କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଟିକଟ ଅଙ୍କ କଷା ଛିଣ୍ଡୁନି, ଛକପଞ୍ଝାରେ ବିଜେଡ଼ି-କଂଗ୍ରେସ

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ):ଉତ୍ତର ଓଡ଼ିଶାର ସମ୍ବେଦନଶୀଳ ନିର୍ବାଚନ କ୍ଷେତ୍ର ବାଲେଶ୍ୱର ସଦର। ଜିଲ୍ଲାର ୮  ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏହା ଗୋଟିଏ। ୨୦୧୯ ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟରେ ଏଠାରେ ହେବ ମତଦାନ। ଏ ଯାଏ ଏଠାରେ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଫଳରେ ଆଶାୟୀମାନ ଆଶା-ଆଶଙ୍କ ମଧ୍ୟରେ ଅଛନ୍ତି।


ରାଜନୈତିକ ସ୍ଥିତି
ଏହି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ ପ୍ରତିବର୍ଷ। ଚାଷ ହେଉଛି ଅଧିକାଂଶ ଲୋକଙ୍କର ଜୀବନ ଜୀବିକା।  ଚାଷକୁ ଛାଡିଦେଲେ ବ୍ୟବସାୟ ହେଉଛି କିଛି ଲୋକଙ୍କର ବଞ୍ଚିବାର ମାଧ୍ୟମ। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ୧୯୫୨ ମସିହାରେ ପ୍ରଥମ ବିଧାୟକ ହୋଇଥିଲେ ସୁରେନ୍ଦ୍ର ନାଥ ଦାସ।  ୨୦୧୪ ନିର୍ବାଚନରେ ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିଲା ତ୍ରିମୁଖୀ ଲଢେଇ।  ବିଜେଡିରୁ ଜୀବନ ପ୍ରଦୀପ ଦାଶ ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କୁ ପରାସ୍ତ କରି ତୃତୀୟଥର ପାଇଁ ବିଧାୟକ ହୋଇଥିଲେ।  ୨୦୦୦ରେ ପ୍ରଥମଥର ପାଇଁ ଜୀବନ ବିଜେପି ଟିକେଟରୁ ଲଢି ଅରୁଣ ଦେଙ୍କୁ ପରାସ୍ତ କରିଥିଲେ।  ଏହାପରେ ୨୦୦୯ରେ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ଓ  ଶଙ୍ଖ ଚିହ୍ନରେ ଲଢି ବିଜୟ ହୋଇଥିଲେ।  ଏଥର ମଧ୍ୟ ସେ ବିଜେଡି ଟିକଟ ଦୌଡ଼ରେ ଆଗରେ ଥିବା କହିଛନ୍ତି।

ଯାହା ବି ହେଉ, ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ।

ବିଜେଡି: ବିଧାୟକ ଜୀବନ ପ୍ରଦୀପ ଦାଶ ଏଥର ମଧ୍ୟ ବିଜେଡ଼ିରୁ ଟିକଟ ଆଶାରେ ଅଛନ୍ତି। ବିଜେଡି ଟିକଟ ପାଇଁ ଆଉ କେହି ବରିଷ୍ଠ ତଥା ପ୍ରଭାବଶାଳୀ ନେତୃତ୍ୱ ନ ଥିବାରୁ ଏଠାରେ ନ ଥିବାରୁ ଜୀବନଙ୍କ ଟିକଟ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା। ତେବେ ୨୦୧୪  ନିର୍ବାଚନରେ କଂଗ୍ରେସର ଅସନ୍ତୁଷ୍ଟ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ଏବେ ଜୀବନଙ୍କ ରାସ୍ତାର କଣ୍ଟା ହୋଇଛନ୍ତି। କାରଣ ମାନସଙ୍କ ନଜର ଏବେ ବିଜେଡି ଭୋଟ ଉପରେ। ଗତ ନିର୍ବାଚନରେ କଂଗ୍ରେସ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ମଧ୍ୟ ଏବେ ସେ କଂଗ୍ରେସରେ ଅଛନ୍ତି। ସେ ବିଜେଡିକୁ ଡ଼େଇଁବାର ସମ୍ଭାବନା ଥିବାରୁ ଜୀବନଙ୍କ ଟିକଟ ଆଶା ମଉଳିବାର ସମ୍ଭାବନା ରହିଛି।

ବିଜେପି: ବିଜେପି ଏହି ଆସନରୁ ମଦନ ମୋହନ ଦତ୍ତଙ୍କୁ ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ। ମଦନ ମୋହନ ଦତ୍ତ ଗତ ନିର୍ବାଚନରେ ବିଜେପି ଟିକଟରେ ଲଢି ୨ୟ ସ୍ଥାନରେ ଥିଲେ। ଅନ୍ୟପକ୍ଷେ ବିଭିନ୍ନ ସଂଗଠନ ସହିତ ଜଡ଼ିତ ଥିବା ବିଜେପିର ବାଦଲ ଦାଶ ଦଳୀୟ ଟିକେଟ୍ ପାଇବା ପାଇଁ ଆଶାବାଦୀ ଅଛନ୍ତି।

କଂଗ୍ରେସ: ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଅରୁଣ ଦେ ଶେଷ ମୁହୂର୍ତ୍ତରେ ବିଜେଡି ଛାଡ଼ି ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱରେ କଂଗ୍ରେସରେ ମିଶି ଟିକେଟ୍ ପାଇଥିଲେ। ସେତେବେଳେ କଂଗ୍ରେସର ଆଶୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ମାନସ ରଂଜନ ଦାସ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢିଥିଲେ।  ସେ ଅରୁଣଙ୍କୁ ହରାଇ ପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।  ଅରୁଣ ୨୮ ହଜାର ୬୫୦ ଖଣ୍ଡ ଭୋଟ ପାଇଥିବା ବେଳେ ମାନସ ପାଇଥିଲେ ୨୪ ହଜାର ୭୨୦ ଖଣ୍ଡ ଭୋଟ୍।  ଯଦି କଂଗ୍ରେସର ଏହି ଭୋଟ୍ ବିଭାଜନ ହୋଇନଥାନ୍ତା  ତାହାହେଲେ କଂଗ୍ରେସ ସଦର ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା।

ଏଥର ଅରୁଣ ଦେଙ୍କୁ ବିଜେଡି ଟିକଟ ମିଳିବା ଆଶା କମ୍‌ ଥିବାବେଳେ ୨ଜଣ ଆଶାୟୀଙ୍କ ନାମ ଶୁଣିବାକୁ ମିଳୁଛି। ସେମାନେ ହେଲେ ମାନସ ରଂଜନ ଦାସ୍‌ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ବିକ୍ରମ ପଣ୍ଡା। ଉଭୟେ ଯୁବ ନେତା। ଦଳ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ମାନସ ବିଜେଡିକୁ ଡେଇଁବେ ବୋଲି ଶୁଣାଯାଉଥିବାରୁ କଂଗ୍ରେସ କାହାକୁ ଟିକଟ ଦେବ ଜଣା ପଡ଼ୁନି। ଅନ୍ୟପକ୍ଷେ ମାନସ ଯଦି ବିଜେଡି ଟିକଟ ପାଆନ୍ତି ତେବେ ୩ ଥର ବିଧାୟକ ହୋଇଥିବା ବିଜେଡିର ଜୀବନ ପ୍ରଦୀପ ଦାଶଙ୍କୁ ବିଜେଡି ଟିକଟ ମିଳି ନ ପାରେ। ଏହା ହେଲେ ସେ କଂଗ୍ରେସ ହାତ ଧରି ପାରନ୍ତି। ଜୀବନ କଂଗ୍ରେସକୁ ଆସିଲେ ତାଙ୍କୁ ଦଳୀୟ ଟିକଟ ମିଳିବା ଏକ ପ୍ରକାର ନିଶ୍ଚିତ। ଏମାନଙ୍କ ବ୍ୟତୀତ  ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ହରମୋହନ ଦାସ ଏବଂ ସ଼ଂଜୀବ ଗିରି ମଧ୍ୟ କଂଗ୍ରେସ ଟିକଟ ପାଇବା ପାଇଁ ଆଶାୟୀଙ୍କ ତାଲିକାରେ ଅଛନ୍ତି।



from Odisha Reporter https://ift.tt/2Tn8nFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages