ଗମ୍ଭୀରଙ୍କ ସମେତ ୫ କ୍ରୀଡ଼ାବିତ୍ ଗ୍ରହଣ କଲେ ପଦ୍ମ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଗମ୍ଭୀରଙ୍କ ସମେତ ୫ କ୍ରୀଡ଼ାବିତ୍ ଗ୍ରହଣ କଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି।

ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସମେତ ୪ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁସ୍କାର ଗ୍ରହଣ କରିଛନ୍ତି। ଗମ୍ଭୀର, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ତୀରନ୍ଦାଜ ବୋମବାୟାଲ ଦେବୀ ଲାଇଶର୍ମା ଓ ବାସ୍କେଟ୍‌ ବଲ୍‌ ଖେଳାଳି ପ୍ରଶାନ୍ତି ସିଂହଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଥିଲା।

ଗମ୍ଭୀର ନିଜର ଟ୍ୱିଟରେ ପଦ୍ମଶ୍ରୀ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରୁଥିବା ବେଳର ଫଟୋ ପୋଷ୍ଟ କରିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦନା ପାଇଁ ୧୧୨ ଜଣ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ମାର୍ଚ୍ଚ ୧୧ରେ ୫୬ ଜଣ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆଜି ଅନ୍ୟମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।



from Odisha Reporter https://ift.tt/2HzVO7v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages