
ନୂଆଦିଲ୍ଲୀ: ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦଫାରେ ୪୭ ଜଣଙ୍କୁ ସମ୍ମାନିତ କରିଛନ୍ତି। ଆଜି ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେତେଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଥମ ଦଫାରେ ମାଲାୟଲମ ଫିଲ୍ମ ଅଭିନେତା ମୋହନଲାଲ, ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କର, ଅକାଳୀ ଦଳ ନେତା ସୁଖଦେବ ସିଂହ, ସାମ୍ବାଦିକ କୁଲଦୀପ ନାୟର(ମରଣୋତ୍ତର)ଙ୍କ ଭଳି ୪୭ ଜଣ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଆଜି ୪୭ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିବା ବେଳେ ବାକି ବ୍ୟକ୍ତିବିଶେଷଙ୍କୁ ମାର୍ଚ୍ଚ ୧୬ରେ ଅୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।
ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମ ଭୂଷଣ ଏବଂ ୪ ଜଣ ପଦ୍ମ ବିଭୂଷଣ ପାଇବେ। ସେମାନଙ୍କ ମଧ୍ୟରେ ୨୧ ଜଣ ମହିଳା, ୧୧ ଜଣ ବିଦେଶୀ ଏବଂ ଜଣେ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି।
from Odisha Reporter https://ift.tt/2HvNNRf
No comments:
Post a Comment