ଏଥର ନିର୍ବାଚନ ଲଢ଼ିବେନି ଶରଦ ପାୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଏଥର ନିର୍ବାଚନ ଲଢ଼ିବେନି ଶରଦ ପାୱାର

sharad
ନୂଆଦିଲ୍ଲୀ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସୁପ୍ରିମୋ ଶରଦ ପାୱାର ଚଳିତ ୧୭ତମ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ। ତାଙ୍କ ପରିବାରର ଦୁଇ ଜଣ ନିର୍ବାଚନ ଲଢୁଥିବାରୁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଏହି ବର୍ଷୀୟାନ ନେତା ନିଷ୍ପତ୍ତି ନେଇଛନ୍ତି ।
 
ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସମସ୍ତ ପ୍ରାର୍ଥୀ ତାଲିକା ଏକପ୍ରକାର ପ୍ରସ୍ତୁତ ହୋଇସାରିଥିବା ବେଳେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଏହି ସମୟରେ ଶରଦ ପାୱାର ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି।
 
ଶ୍ରୀ ପାୱାର ୟୁପିଏ ନେତୃତ୍ଵାଧୀନ ମନମୋହନ ସିଂହ ସରକାରରେ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇକୁ ସେ କହିଛନ୍ତି, ଚଳିତ ନିର୍ବାଚନରେ ତାଙ୍କ ପରିବାରର ଦୁଇ ପୁଅ ନିର୍ବାଚନ ଲଢିବେ। ତେଣୁ ନିର୍ବାଚନରୁ ଓହରିବାକୁଏବେ ଉଚିତ ସମୟ ଆସିଛି ବୋଲି ଏହି ୭୮ ବର୍ଷୀୟ ନେତା କହିଛନ୍ତି। ସୂଚନାଯୋଗ୍ୟ, ସେ ୧୪ଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।
ଗତମାସରେ ଦଳ ତରଫରୁ ଶରଦ ପାୱାରଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ସେ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କହିଥିଲେ।  


from Odisha Reporter https://ift.tt/2XSg0HI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages