ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଜୋର, ମୋଦିଙ୍କୁ କଂଗ୍ରେସର ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଜୋର, ମୋଦିଙ୍କୁ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ: ୨୦୧୬ ମସିହା ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ବାଲା‌କୋଟ ଏୟାର ଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି।

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ପ୍ରବେଶ କରି ଜୈଶ-ଏ-ମହମ୍ମଦର ଆତଙ୍କୀ କେନ୍ଦ୍ର ଉପରେ ହମ୍‌ଲା କରିଥିଲେ। ତେବେ କଂଗ୍ରେସ ନେତା କପିଲ ଶିବଲ ଅନ୍ତର୍ଜାତୀୟ ମିଡିଆର ଉଦାହରଣ ଦେଇ ଏୟାର ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମିଛ କହିଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି।

ସେ କହିଛନ୍ତି, ଭାରତର ଏୟାର ଷ୍ଟ୍ରାଇକ୍‌ରେ କୌଣସି ଆତଙ୍କବାଦୀ ମରି ନାହାନ୍ତି ବୋଲି ଅନ୍ତର୍ଜାତୀୟ ମିଡିଆରେ କୁହାଯାଇଛି। ତେଣୁ ମୋଦି ଏହାର ଜବାବ ଦେବା ଦରକାର। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ମଧ୍ୟ ସେନାର କାର୍ଯ୍ୟନୁଷ୍ଠାନକୁ ନେଇ ରାଜନୀତି ନ କରିବାକୁ ଏନ୍‌ଡିଏ ସରକାରଙ୍କୁ କହିଛନ୍ତି।

ଏହାପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ।

ଆଜି ଶିବଲ ଟ୍ୱିଟ କରି କହିଛନ୍ତି, “ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟ, ରୟଟର୍ସ ଓ ଦି ଗାର୍ଡିୟାନ ଭଳି ଅନ୍ତର୍ଜାତୀୟ ମିଡିଆରେ ବାଲାକୋଟ୍‌ ହମ୍‌ଲାରେ କିଛି କ୍ଷୟକ୍ଷତି ହୋଇ ନଥିବା ଦାବି କରିଛନ୍ତି।

କ୍ଷୟକ୍ଷତି ସମ୍ପର୍କରେ ଭାରତ ସରକାର କୌଣସି ପ୍ରମାଣ ଦେଇନାହାନ୍ତି ବୋଲି ସେ କହିଛନ୍ତି। ତେଣୁ ଭାରତ ସରକାର ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରି ଏହାର ଉତ୍ତର ଦିଅନ୍ତୁ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ଅନ୍ତର୍ଜାତୀୟ ମିଡିଆ କ’ଣ ପାକିସ୍ତାନକୁ ସମର୍ଥନ କରୁଛନ୍ତି ?

ପି ଚିଦାମ୍ବରମ କହିଛନ୍ତି, “ବାୟୁସେନା ମୁଖ୍ୟ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏୟାର ଷ୍ଟ୍ରାଇକ୍‌ରେ କୌଣସି ସାଧାରଣ ଲୋକ କିମ୍ବା ପାକ୍‌ ସୈନ୍ୟ ପ୍ରାଣ ହରାଇ ନଥିବା କହିଥିଲା। ଏସବୁ ସତ୍ତ୍ୱେ ହମ୍‌ଲାରେ ୩୦୦ରୁ ୩୫୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ବୋଲି କିଏ କହିଲା? ”

ସିଦ୍ଧୁ କହିଛନ୍ତି, “ ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କବାଦୀ ମରିଛନ୍ତି କି ନାହିଁ, ଏହାର ଉତ୍ତର କିଏ ଦେବ? ଏହି ଏୟାର ଷ୍ଟ୍ରାଇକ୍‌ର ରାଜନୀତିକରଣ କରା ନଯାଉ।”



from Odisha Reporter https://ift.tt/2Tu5Mhd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages